Latest Odisha News

BREAKING NEWS

ଅଧିକ ଚା’ ପିଉଛନ୍ତି କି ? ପଡ଼ିପାରେ ସାଇଡ୍‌ ଇଫେକ୍ଟ ….

ଚା’ ହେଉଛି ସବୁଠାରୁ ଲୋକପ୍ରିୟ ପାନୀୟ। ଶୀତଦିନେ ଚା’ ପିଇବାର ମଜା କିଛି ଅଲଗା । ଏହି ଋତୁରେ ଚା’ ପ୍ରେମୀଙ୍କ ସଂଖ୍ୟା ଆହୁରି ବଢ଼ିଥାଏ। ଅଫିସ୍ ହେଉ କିମ୍ବା ଘର, ଲୋକ ସବୁବେଳେ ଚା’ ପିଇବାକୁ ଭଲ ପାଆନ୍ତି। କିଛି ଲୋକ ପ୍ରତି ଘଣ୍ଟାରେ ଚା’ ପିଇବାକୁ ଭଲ ପାଆନ୍ତି। ଯେଉଁମାନେ ଚା’କୁ ଭଲ ପାଆନ୍ତି ସେମାନେ ଏକ ସୀମା ମଧ୍ୟରେ ପିଇବା ଉଚିତ୍। କାରଣ ଅତ୍ୟଧିକ ଚା’ ପିଇବା ଦ୍ୱାରା ଅନେକ ସମସ୍ୟା ଉପୁଜିପାରେ । ତେବେ ଆସନ୍ତୁ ଜାଣିବା ଚା’ ପିଇବା ଦ୍ୱାରା କଣ ସମସ୍ୟା ଦେଖାଦେଇପାରେ ଆସନ୍ତୁ ଜାଣିବା…

ଚିନ୍ତା ଏବଂ ଚାପ ବଢ଼ାଇଥାଏ ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଚା’ ପିଇବାକୁ ବହୁତ ଭଲ ପାଆନ୍ତି । ହେଲେ ଚା’ ପିଇବା ଦ୍ୱାରା ଚାପ ଏବଂ ଚିନ୍ତା ସମସ୍ୟା ବଢ଼ିପାରେ। ଏକ କପ୍ ଚାରେ ୧୧ ରୁ ୬୧ ମିଗ୍ରା କ୍ୟାଫେନ୍ ରହିଥାଏ ଏବଂ ଅଧିକ ମାତ୍ରାରେ କ୍ୟାଫିନ୍ ଖାଇବା ଦ୍ୱାରା ଚିନ୍ତା ବଢ଼ିପାରେ। ବେଳେବେଳେ ଏହା ମୁଣ୍ଡବିନ୍ଧାର ସମସ୍ୟା ମଧ୍ୟ ବଢ଼ାଇପାରେ।

ଗର୍ଭାବସ୍ଥାରେ ଅତ୍ୟଧିକ ଚାପିଇବା କ୍ଷତିକାରକ ଗର୍ଭବତୀ ମହିଳାମାନେ ଅଧିକ ଚା’ ପିଇବା ଠାରୁ ଦୂରେଇ ରହିବା ଉଚିତ୍। ଏହା କେବଳ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ ଶିଶୁର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ନିଦ୍ରାର ସମସ୍ୟା ବଢ଼ିପାରେ ଯେଉଁମାନଙ୍କର ନିଦ୍ରା ଜନିତ ସମସ୍ୟା ରହିଛି ସେମାନେ ଚା’ଠାରୁ ଦୂରରେ ରହିବା ଉଚିତ୍। ଅଧିକ ଚା’ ପିଇବା ଦ୍ୱାରା ଆପଣଙ୍କୁ ଶୋଇବାରେ ଅସୁବିଧା ହୋଇପାରେ। ଚା’ରେ କ୍ୟାଫିନ୍ ଥାଏ, ଯେଉଁ କାରଣରୁ ଶରୀରରେ ମେଲାଟୋନିନ୍ ଉତ୍ପାଦନ କମିଯାଏ ଫଳରେ ନିଦ ଆସିନଥାଏ  ।

ଗ୍ୟାସ୍ ସମସ୍ୟା ଦେଖାଦେଇଥାଏ   ଅତ୍ୟଧିକ ଚା’ ପିଇବା ଦ୍ୱାରା ପେଟରେ ଅମ୍ଳତା ଏବଂ ଗ୍ୟାସ୍ ସମସ୍ୟା ହୋଇଥାଏ। ବିଶେଷକରି ଯେଉଁମାନଙ୍କର ଗ୍ୟସ ସମସ୍ୟା ରହିଛି ସେମାନେ ଚା’ କମ୍‌ ପିଇବା ଉଚିତ୍। ଖାଲି ପେଟରେ ଚା’ ପିଇବା ଦ୍ୱାରା ମଧ୍ୟ କ୍ଷତି ହୋଇପାରେ।

Leave A Reply

Your email address will not be published.