Latest Odisha News

BREAKING NEWS

ମକର ସଂକ୍ରାନ୍ତି’ ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ‘ମକର ସଂକ୍ରାନ୍ତି’ ।

ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ଏହି ପର୍ବ ପାଳନର ଅନେକ ମହତ୍ତ୍ୱ ରହିଥିବା ବେଳେ ଆଜିଠାରୁ ଧିରେ ଧିରେ ଦିନ ବଡ ହୋଇଥାଏ। ଏହି ଦିନ ଗଙ୍ଗାରେ ସ୍ନାନ କଲେ, ମୋକ୍ଷ ପ୍ରାପ୍ତି ଓ ଦାରିଦ୍ର‌୍ୟରୁ ମୁକ୍ତି ମିଳୁଥିବାର ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।

ଚାଉଳ, ଛେନା, ନଡିଆ, ଗୁଡ, କର୍ପୂର, କଦଳୀ, ଗୋଲମରିଚ ଇତ୍ୟାଦିକୁ ନେଇ ଓଡିଆମାନେ ଘରେଘରେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି ।

ଆହୁରି ମଧ୍ୟ ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ମନ୍ଦିର ଗୁଡିକରେ ଭକ୍ତଙ୍କର ପ୍ରବଳ ଭିଡ ଲାଗି ରହିଥାଏ। ହେଲେ ଚଳିତ ଥର କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ନଯିବାକୁ ଅନୁରୋଧ କରାଯାଇଛି।

ପୌରାଣିକ କଥା ଅନୁସାରେ ଏହି ତିଥିରେ ପିତୃପୁରୁଷଙ୍କ ଆତ୍ମାର ସଦଗତି ପାଇଁ ପିଣ୍ଡଦାନର ପରମ୍ପରା ମଧ୍ୟ ପ୍ରଚଳିତ।

ଅଧିକ ପଢନ୍ତୁ- ମକର ସଂକ୍ରାନ୍ତିରେ ବନ୍ଦ ରହିବ ଧବଳେଶ୍ଵର ପୀଠ

ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ଆହୁରି ମଧ୍ୟ ମକର ସଂକ୍ରାନ୍ତି ଠାରୁ ଦିନ ବଡ ହୋଇ ରାତି କ୍ରମଶଃ ଛୋଟ ହୋଇଥାଏ ।

Leave A Reply

Your email address will not be published.