Latest Odisha News

BREAKING NEWS

୨୧ରୁ ରାଜଧାନୀରେ ତୋଷାଳୀ ମେଳା

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଜନତା ମଇଦାନରେ ଆରମ୍ଭ ହେବ ପଞ୍ଚଦଶ ତୋଷାଳୀ ମେଳା । ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ମେଳାରେ କୋଭିଡ ନିୟମ ପାଳନ ଉପରେ ଜୋର ଦିଆଯିବ ବୋଲି ସୂଚନା ଦିଆଯାଇଛି ।

କୋଭିଡ ସଂକ୍ରମଣର ଭୟ ଥିବାରୁ ଚଳିତ ବର୍ଷ ଷ୍ଟଲ ସଂଖ୍ୟାକୁ କମାଯାଇଛି । ଗତବର୍ଷ ୪୫୦ଟି ଷ୍ଟଲ ହୋଇଥିବା ବେଳେ ଏ ବର୍ଷ ୨୫୦ଟି ଷ୍ଟଲ କରାଯିବ । ଏଠାକୁ ଆସୁଥିବା ଲୋକଙ୍କ ପାଇଁ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ରହିବ ।

କରୋନା ଯୋଗୁଁ ବୁଣାକାରମାନେ ବହୁତ କ୍ଷତି ସହିସାରିଲେଣି । ଅନ୍ୟ ମେଳାଗୁଡିକ ମଧ୍ୟ ଅନୁଷ୍ଠିତ ହୋଇପାରି ନ ଥିଲା । ତେଣୁ ଏହି ମେଳା ଜରିଆରେ ବୁଣାକାରମାନେ ଦି ପଇସା ରୋଜଗାର କରିପାରିବେ ବୋଲି ଆଶା ରହିଛି ।

Leave A Reply

Your email address will not be published.