ଭୁବନେଶ୍ୱର: ମକର ସଂକ୍ରାନ୍ତି ହିନ୍ଦୁମାନଙ୍କ ପ୍ରମୁଖ ପର୍ବମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପର୍ବ ଅଟେ। ବହୁ ଆନନ୍ଦ ଉଲ୍ଲାସର ସହ ଏହି ପର୍ବକୁ ପାଳନ କରିଥାଆନ୍ତି ।
ଏହା ପାଳନ କରିବାର ସବୁଠାରୁ ବଡ଼ କାରଣ ହେଉଛି ଏହି ଦିନରେ ଭଗବାନ ସୂର୍ଯ୍ୟଦେବ ଧନୁ ରାଶି ଠାରୁ ମକର ରାଶିରେ ପ୍ରବେଶ କରନ୍ତି। ଏହି ଦିନରେ ଦାନ ଓ ଧର୍ମର ବିଶେଷ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ ସୂର୍ଯ୍ୟଙ୍କ ଆରାଧାନାର ବିଶେଷ ପର୍ବ ମକର ସଂକ୍ରାନ୍ତି ପାଳନ କରିବା ଦ୍ୱାରା ପାପର ନାଶ ହୋଇଥାଏ ।
ମକର ସଂକ୍ରାନ୍ତି ସହ ଜଡ଼ିତ କେତୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
- ଏହି ଦିନରେ କାଠ, ରାଶି ଲଡ଼ୁ, ଅନ୍ନ, ବିରି ଡ଼ାଲି, ଚାଉଳ, ପାମ୍ପଡ଼, ଘିଅ, ଗୁଡ଼, ଲୁଣ, କମଳ, ବସ୍ତ୍ର ଦାନ କରିବା ଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି
- ଗରିବ ଓ ଅସହାୟ ଲୋକଙ୍କୁ ଗୁଡ଼ ଓ କମଳ ଦାନ କରିବା ଉଚିତ
- ଏହି ଦିନ ପ୍ରାତଃ ସ୍ନାନ କରି ସୂର୍ଯ୍ୟଙ୍କୁ ଲାଲ ପୁଷ୍ପ ଅର୍ପଣ କରିବା ଦ୍ୱାରା ଜୀବନର ବାଧାବିଘ୍ନ ଦୂର ହୋଇଥାଏ
- ଏହି ପର୍ବ ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଏ
- ଏହି ଦିନରେ ଭାରତର ପବିତ୍ର ନଦୀ ମଧ୍ୟରୁ ଯେକୌଣସି ନଦୀରେ ସ୍ନାନ କରିବା ଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଯାହା ଫଳରେ ଏହି ଦିନର ମହତ୍ତ୍ୱ ଅଧିକ ବଢିଯାଏ
- ଏହି ଦିନରେ ଖାଦ୍ୟରେ ସବୁଠାରୁ ଅଧିକ ଅନ୍ନ ତଥା ଖେଚୁଡ଼ି ଖାଇବା ଅତ୍ୟନ୍ତ ଶୁଭ ବୋଲି ମଧ୍ୟ ମାନ୍ୟତା ରହିଛି
- ଏହି ଉତ୍ସବକୁ ବେଶ ଧୁମଧାମର ସହ ପାଳନ କରିବା ସହ ବହୁ ସ୍ଥାନରେ ଗୁଡ଼ି ଉଡ଼ାଇବା ପ୍ରତିଯୋଗିତା ମଧ୍ୟ କରାଯାଇଥାଏ
- ଏହି ଦିନରେ ଲୋକେ ନିଜ ଘରେ ରାଶିର ଲଡ଼ୁ ମଧ୍ୟ ପ୍ରସ୍ତୁତ କରିଥାଆନ୍ତି। ଏହାକୁ ନିଜ ପଡ଼ୋଶୀ ଓ ପ୍ରିୟଜନଙ୍କୁ ମଧ୍ୟ ବାଣ୍ଟି ଥାଆନ୍ତି
Comments are closed.