Latest Odisha News

ଫ୍ରେଣ୍ଡସିପ୍ ଡେ: ବଡ ପରଦାରେ ବନ୍ଧୁତ୍ୱର ଝଲକ

ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ‘ଫ୍ରେଣ୍ଡସିପ୍ ଡେ’ ପାଳନ କରାଯାଇଥାଏ । ଏହି ଦିନରେ ସାଙ୍ଗ ମାନେ ମିଶି ବିନ୍ଧୁତ୍ୱ ଦିବସରେ ମଉଜ ମଜଲିସ କରିଥାନ୍ତି ।

ଫ୍ରେଣ୍ଡସିପ୍ ଖାଲି ଯେ ରିଏଲ୍ ଲାଇଫରେ ଦେଖା ଯାଏ, ତାନୁହେଁ ସିନେମା ପରଦାରେ ମଧ୍ୟ ବନ୍ଧୁତ୍ୱର ନିସ୍ୱାର୍ଥପର ଝଲକ ଦେଖିବାକୁ ମିଳିଥାଏ । ଫ୍ରେଣ୍ଡସିପ୍ ଡେ ଅବସରରେ ଜାଣନ୍ତୁ ସେମିତି କିଛି ଫିଲ୍ମ ସମ୍ପର୍କରେ…

 

ଛିଛୋରେ- ବଲିଉଡ ଫିଲ୍ମ ଛିଛୋରେ ନିଚ୍ଛକ ବନ୍ଧୁତ୍ୱର ପ୍ରେମ ଦେଖିବାକୁ ମିଳିଥାଏ । ନିତେଶ ତିୱାରୀଙ୍କ ଏହି ଫିଲ୍ମର କାହାଣୀଟି ପୁରୁଣା କଲେଜ ବନ୍ଧୁଙ୍କ ଉପରେ ଆଧାରିତ । ଯେଉଁଥିରେ ଅନ୍ନି (ସୁଶାନ୍ତ ସିଂ ରାଜପୁତ), ମାୟା (ଶ୍ରଦ୍ଧା କପୁର), ଡେରେକ (ତାହିର ରାଜ ଭାସିନ), ‘ସେକ୍ସା’ (ବରୁଣ ଶର୍ମା), ‘ଏସିଡ୍’ (ନବୀନ ପଲିଶେଟି), ‘ବେୱଡା’ (ସାହର୍ସ କୁମାର ଶୁକ୍ଲା) ଏବଂ ‘ମମି’ (ତୁଷାର ପାଣ୍ଡେ) ପ୍ରମୁଖ ଅଭିନୟ କରିଥିଲେ ।

୩ ଇଡିଏଟ୍ସ୍- ରାଜୁ, ରାଞ୍ଚୋ ଏବଂ ଫରହାନ୍ ଚରିତ୍ରକୁ କିଏବା ନଜାଣେ । ଏକ ଇଞ୍ଜିନିୟରିଂ କଲେଜର ହଷ୍ଟେଲ୍ ଜୀବନ ଓ ସାଙ୍ଗଙ୍କର ଦୃଢ ବନ୍ଧୁତ୍ୱର ଝଲକ ଦେଖିବାକୁ ମିଳିଥାଏ । ସାଙ୍ଗ ମାନଙ୍କର ସହଯୋଗ ଥିଲେ ଜୀବନରେ ଯେକୌଣସି ସଫଳତା ହାସଲ କରିହୁଏ ବୋଲି ଏହି ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି ।

 

କାଇ ପୋ ଚେ! – ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମାଧ୍ୟମରେ ସୁଶାନ୍ତ ସିଂ ରାଜପୁତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ଚେତନ ଭଗତଙ୍କ ୨୦୦୮ ଉପନ୍ୟାସ ‘ଦ ୩ ମିଷ୍ଟେକ୍ସ ଅଫ୍ ମାଇଁ ଲାଇଫ’ ଉପରେ ଆଧାରିତ । ଇଶାନ, (ସୁଶାନ୍ତ ସିଂ), ଓମି (ଅମିତ ସାଧ) ଏବଂ ଗୋବିନ୍ଦ (ରାଜକୁମାର ରାଓ)ଙ୍କୁ ଉପରେ ବର୍ଣ୍ଣିତ ।

ୟେ ଜାୱାନୀ ହେ ଦେୱାନି- ଏହି ଫିଲ୍ମରେ ଟ୍ରୁ ଫ୍ରେଣ୍ଡସିପ୍ ଓ ଜୀବନରେ ସାଙ୍ଗର କେତେ ମହତ୍ୱ ରହିଛି, ତା’ ଉପରେ ଆଧାରିତ । ଫିଲ୍ମରେ କଲେଜ ସମୟର ମସ୍ତି ଓ ତତ୍ ପରେ ଜୀବନ ତଥା ସାଙ୍ଗ ମାନଙ୍କ ଭିତରେ କିଭଳି ପରିବର୍ତ୍ତନ ହେଉଛି, ତାହା ଦେଖିବାକୁ ମିଳୁଛି ।

ଏସବୁ ଫିଲ୍ମ ଛଡା ବିଲୁ ବାରବର୍, ୱେକ୍ ଅପ୍ ସିଡ୍, ଦିଲ୍ ଚାହତା ହେ, ଜିନେ୍ଦଗୀ ନା ମିଲେଗି ଦୋବାରା, ରକ୍ ଅନ୍, ରଙ୍ଗ ଦେ ବସନ୍ତୀ, ଶୋଲେ, ୟାରାନା ଓ ଆନନ୍ଦ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ବନ୍ଧୁତ୍ୱର ନିସ୍ୱାର୍ଥ ପର ପ୍ରତିଛବି ଦେଖିବାକୁ ମିଳିଥାଏ ।

ଅଧିକ ପଢନ୍ତୁ- ଆଜି ‘ବନ୍ଧୁତ୍ୱ ଦିବସ’; ବନ୍ଧୁ ପାଇଁ ଦିନଟିଏ

Comments are closed.