Latest Odisha News

ମାଲାଇକାଙ୍କ କାର ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମାଲାଇକା ଆରୋରାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ମାଲାଇକାଙ୍କ ଆଖିରେ ଆଘାତ ଲାଗିଛି । ଦୁର୍ଘଟଣା ପରେ ତାଙ୍କୁ ରାଜ ଠାକରେଙ୍କ କର୍ମକର୍ତାମାନେ ଆପୋଲୋ ହସପିଟାଲରେ ଭର୍ତି କରିଥିଲେ । ପ୍ରାପ୍ତ ଖବର ଅନୁସାରେ ମାଲାଇକାଙ୍କ ଡ୍ରାଇଭର ହଠାତ ଗାଡିକୁ ନିୟନ୍ତ୍ରଣ କରି ନ ପାରିବାରୁ ରାଜ ଠାକରେଙ୍କ କାର୍ଯର୍୍ୟକର୍ତାଙ୍କୁ ନେଇ ଆସୁଥିବା ଏକ କାରକୁ ମାଡ କରିଥିଲା ।

ତେବେ ଏଥିରେ କେହି ଗୁରୁତର ହୋଇ ନାହାନ୍ତି । ମାଲାଇକାଙ୍କ ଅବସ୍ଥା ମଧ୍ୟ ଉଦବେଗଜନକ ନୁହେଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.