Latest Odisha News

BREAKING NEWS

ନିୟମ ହଟିବା ପରେ ବି ମାସ୍କ ପିନ୍ଧିବାକୁ କହିଲେ ଉଦ୍ଧବ ଠାକରେ

ଯେତେଦିନ ଯାଏଁ ମୁଁ ଆଉ ଅଜିତ ପୱାର ପିନ୍ଧୁଛୁ ମାସ୍କ, ଅନ୍ୟମାନେ ବି ପିନ୍ଧିବା ଦରକାର

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଯେତେଦିନ ପର୍ଯ୍ୟନ୍ତ ମାସ୍କ ପିନ୍ଧୁଛନ୍ତି, ସେତେଦିନ ଯାଏଁ ସାଧାରଣ ଲୋକ ବି ମାସ୍କ ପିନ୍ଧନ୍ତୁ । ଏମିତି କୋଉଠି ନିୟମ ହୋଇନି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ଏମିତି କହିଛନ୍ତି । ସେ ଓ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପୱାର ଯେତେଦିନ ମାସ୍କ ପିନ୍ଧୁଛନ୍ତି, ଅନ୍ୟମାନେ ବି ମାସ୍କ ପିନ୍ଧିବା ଦରକାର ।

ମହାରାଷ୍ଟ୍ର ସରକାର ଦୁଇ ଦିନ ତଳେ ବାଧ୍ୟତାମୂଳକ ମାସ୍କ ନିୟମ ହଟେଇ ଦେଇଛନ୍ତି । ଶନିବାର, ଅନ୍ଧେରୀରେ ମେଟ୍ରୋ ଲାଇନ ଉଦଘାଟନ ବେଳେ ଉଦ୍ଧବ ଦେଖିଥିଲେ ଉପସ୍ଥିତ ଅଧିକାଂଶ ଲୋକେ ମାସ୍କ ପିନ୍ଧିନାହାନ୍ତି । ଉଦ୍ଧବ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ।

ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦେଇ କହିଥିଲେ, “କରୋନାର ସମସ୍ତ ସର୍ତକତା ପାଳନ କରିବା ଆବଶ୍ୟକ । ଯଦିଓ ଦୁଇ ଦିନ ତଳେ ନିୟମ କୋହଳ କରାଯାଇଛି, କିନ୍ତୁ ସର୍ତକ ରହିବା ଜରୁରୀ । ସେ କହିଥିଲେ, ମୁଁ ଦେଖୁଛି ଅନେକ ଲୋକ ମାସ୍କ ବ୍ୟବହାର କରୁନାହାନ୍ତି । ହେଲେ କରୋନା ମହାମାରୀ ବ୍ୟାପିବା ଦିନ ଠାରୁ କେବଳ ଦୁଇ ଜଣ ଠିକ୍ ଭାବେ ନିୟମ ପାଳନ କରୁଛନ୍ତି । ସେ ଦୁଇ ଜଣ ହେଉଛନ୍ତି ମୁଁ ଓ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପୱାର ।”

Leave A Reply

Your email address will not be published.