Latest Odisha News

BREAKING NEWS

ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କଲେ ମିଳେ କୋଟି ପୂଣ୍ୟ

ବାରିପଦା: ହିନ୍ଦୁ ପରମ୍ପରା ସଂସ୍କୃତି ଅବର୍ଣ୍ଣନୀୟ। ସେଥି ମଧ୍ୟରେ ଓଡିଶାରେ ୧୨ ମାସରେ ୧୩ ଯାତ୍ରା ସତେ ଅନେକ ସୁନ୍ଦର। ସେହି ଆଧାରରେ ସୂର୍ୟ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ସୂର୍ୟ୍ୟ ଦେବତାଙ୍କ ରଥାରୁଢ ପ୍ରତିମୂର୍ତ୍ତିକୁ ଶାମ୍ବଦଶମୀ ଅବସରରେ ପୁଜା କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। ଏହି ଆଧାରରେ ଆଜି ବାରିପଦାରେ ମଣ୍ଡପରେ ପୂଜା ପାଇଛନ୍ତି ସୂର୍ୟ୍ୟ ଦେବତା। ପୂଜା ଚଳିତ ଥର ୫୪ବର୍ଷ ପୂର୍ତ୍ତି ପାଳନ କରାଯାଉଥିବା ବେଳେ ଓଡିଶାର ଏହା ଏକ ଅନନ୍ୟ ପୂଜା ମଣ୍ଡପ।

ସାତଟି ଘୋଡା ସାରଥୀଙ୍କ ସହ ଶୋଭା ପାଉଛନ୍ତି ସୂର୍ୟ୍ୟ ଦେବତା। ଭଗବାନ ସୂର୍ୟ୍ୟଦେବତାଙ୍କ ସୁନ୍ଦର ସୁନ୍ଦର ପ୍ରତିମା ରଥାରୂଢ଼ ରୂପରେ ଶୋଭା ପାଉଛନ୍ତି ବାରିପଦା ସହରର ବାଘଡାରୋଡ ସୂର୍ୟ୍ୟପୂଜା ପ୍ୟାଣ୍ଡେଲରେ। ପବିତ୍ର ଶାମ୍ବ ଦଶମୀ ତିଥିରେ ଭଗବାନ ସୂର୍ୟ୍ୟଙ୍କର ଏହି ପୂଜା କରାଯାଉଥିବା ବେଳେ ଶତାଧିକ ମହିଳା ସେମାନଙ୍କର ମାନସିକ ପୂଜା କରିଛନ୍ତି। ଚଳିତ ବର୍ଷ ମହାମାରି କରୋନା ପାଇଁ ପୂଜା କିଛିଟା ଫିକା ପଡିଥିବା ବେଳେ କଟକଣା ମଧ୍ୟରେ ଛୋଟ ଧରଣର ପୂଜା ଅନୁଷ୍ଠିତ ହୋଇଛି।

ପୁରାଣ ବର୍ଣ୍ଣନା ଅନୁସାରେ ଶ୍ରୀକୃଷ୍ଣ ନିଜ ପୁତ୍ର ଶାମ୍ବକୁ କୁଷ୍ଠ ରୋଗରୁ ମୁକ୍ତି ଲାଗି ସୂର୍ୟ୍ୟଙ୍କୁ ଆରଧନା କରିବା ପାଇଁ ପରାମର୍ଶ ଦେଇଥିଲେ। ଶାମ୍ବ ସୂର୍ୟ୍ୟ ଦେବତାଙ୍କ ଆରାଧନା କରି ରୋଗମୁକ୍ତ ହୋଇଥିବାର ପୁରାଣରେ ବର୍ଣ୍ଣନା କରାଯାଇଛି।

ପରମ୍ପରା ଅନୁସାରେ ଶାମ୍ବ ଦଶମୀ ଅବସରରେ ଭକ୍ତ ନିଜ ପୁତ୍ର ତଥା ନିଜ ପରିବାରର ଉତ୍ତରତ୍ୱର ଉନ୍ନତି ପାଇଁ ଭଗବାନଙ୍କ ପାଖରେ ମାନସିକ କରିବା ସହ ଖିରି, ପୁରୀ ଭଗବାନଙ୍କୁ ଅର୍ପଣ କରିଥାନ୍ତି। ଏହି ଅବସରରେ ଭକ୍ତ ଭଗବାନଙ୍କ ଅପୁର୍ବ ମିଳନ ଦେଖିବାକୁ ମିଳିଥିଲା ଏହି ପୂଜା ମଣ୍ଡପରେ।

ବାରିପଦାର ଏହି ପୂଜା ମଣ୍ଡପ ୫୩ ବର୍ଷ ଧରି ପୂଜା ପାଳନ କରି ଆସୁଥିବା ବେଳେ ବୁଢାବଳଙ୍ଗ ନଦୀର ତ୍ରୀବେଣୀ ସଂଗମରୁ ଘଟରେ ପାଣି ଆଣି ପୂଜା କରିଥିଲେ। ଘଣ୍ଟ, ଘଣ୍ଟା, ଶଙ୍ଖ, ହୁଳହୁଳି ସହ ହୋମ ଯଜ୍ଞ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ବେଳେ ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା । ରଥାରୂଢ଼ ସୂର୍ୟ୍ୟ ଦେବତାଙ୍କ ପୂଜା ବାରିପଦାର ଏକମାତ୍ର ପୂଜା ହୋଇଥିବା ବେଳେ ଏହା ଓଡିଶାର ଏକମାତ୍ର ଅନନ୍ୟ ପରମ୍ପରା ସୃଷ୍ଟି କରିଛି ।

Leave A Reply

Your email address will not be published.