Latest Odisha News

BREAKING NEWS

ସରକାରୀ ସ୍କୁଲ ହଷ୍ଟେଲରେ ମ୍ୟାଲେରିଆ ସନ୍ଦୀଗ୍ଧ ଛାତ୍ରଙ୍କ ମୃତ୍ୟୁ, ଚାଲିଛି କାରଣ ଖୋଜା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ୍ ଭୋଇଁମଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ହଷ୍ଟେଲରେ ଜଣେ ମ୍ୟାଲେରିଆ ସନ୍ଦୀଗ୍ଧ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ଛାତ୍ର ଜଣଙ୍କୁ ସ୍କୁଲରେ ଜ୍ୱର ହୋଇଥିଲା ଏନେଇ ତାଙ୍କୁ ପିଏଚସି କୁ ପଠାଯାଇଥିଲା । ହେଲେ ସେଠାରେ ଜ୍ୱର ନକମିବାରୁ ପୁଣି ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଯାଇଥିଲା । ଏହା ପରେ ଡାକ୍ତର ତାଙ୍କୁ ଏମକେସିଜିକୁ ପଠାଇଥିଲେ । ପରେ ସେଠାରେ ଛାତ୍ର ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ଏହି ଜ୍ବର ମ୍ୟାଲେରିଆ ବୋଲି ସନ୍ଦେହ କରାଯାଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନଥିବା ଡାକ୍ତର ମିଶ୍ର କହିଛନ୍ତି । ତେବେ ସ୍କୁଲରେ ଅନ୍ୟ ଜ୍ୱର ମାମଲା ଦେଖିବାକୁ ନିର୍ଦେଶ ଦିଆଯାଇଛି ।

ଡାକ୍ତର ମିଶ୍ର କହିଛନ୍ତି ଯେ, ମୁଁ ଖବର ପାଇଁ ରାୟଗଡା ସିଡିଏମଓଙ୍କ ସହ କଥା ହୋଇଥିଲି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଦିବାସୀ ବିକାଶ ବିଭାଗ ଉପସ୍ଥିତ ଥିଲେ । ସେମାନଙ୍କ ଅଧିକାରୀଙ୍କ ସହ ଏଏନଏମ ଙ୍କୁ ମଶାରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତାପରେ ବି କେମିତି ଜ୍ୱର ମାମଲା ଜଣା ପଡିଲା ନାହିଁ, ମଶାରୀ ଟଣା ହେଉଥିଲା ନା ନାହିଁ ସେନେଇ ଆମେ ଅନୁଧ୍ୟାନ କରୁଥିବା କହିଛନ୍ତି ଡାକ୍ତର ନୀଳକଣ୍ଠ ମିଶ୍ର ।

Comments are closed.