Latest Odisha News

BREAKING NEWS

ମଲାୟଲମ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ଆତ୍ମହତ୍ୟା: ପାରିବାରିକ ସମସ୍ୟା ଯୋଗୁ ନେଲେ ଚରମ ନିଷ୍ପତି

ନୂଆଦିଲ୍ଲୀ: ସିନେ ଜଗତରେ ଘଟିଯାଇଛି ପୁଣି ଏକ ଦୁଃଖଦ ଘଟଣା । ମଲାୟଲମ ସିନେ ଅଭିନେତ୍ରୀ ଅପର୍ଣ୍ଣା ନାୟର ଆତ୍ମହତ୍ୟା କରିଛନ୍ତି । ସେ କର୍ମନାସ୍ଥିତ ତାଙ୍କ ନଜ ଘରେ ବେକରେ ରଶୀ ଲଗାଇ ଝୁଲି ପଡିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

୩୩ ବର୍ଷୀୟ ଅଭିନେତ୍ରୀ ଅପର୍ଣ୍ଣା ନାୟର ଅଳ୍ପ କିଛି ମଲାୟାଲାମ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ଏକାଧିକ ସିରିଏଲରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି ।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେ ନିଜ ଘରେ ସ୍ୱାମୀ ଓ ୨ ସନ୍ତାନଙ୍କ ସହ ରହୁଥିଲେ । ଗତକାଲି ସନ୍ଧ୍ୟା ସାଢେ ୭ଟାରେ ଏହି ଘଟଣା ଘଟିଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ  ହସପିଟାଲ ପକ୍ଷରୁ  ପୋଲିସକୁ ଖବର ଦିଆ ଯାଇଥିଲା ।

ପୋଲିସ ଘଟଣାର ଯାଞ୍ଚ କରୁଛି । ଏହା ଏକ ଆତ୍ମହତ୍ୟା ଘଟଣା ଏବଂ ପାରିବାରିକ ସମସ୍ୟା ଯୋଗୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପୋଲିସ କହିଛି ।

Leave A Reply

Your email address will not be published.