ଥିରୁଅନନ୍ତପୁରମ୍: ୨୦୧୭ ଅପହରଣ ଓ ଦୁଷ୍କର୍ମ ମାମଲାରେ ମାଲାୟଲମ ଅଭିନେତା ଦିଲ୍ଲୀପଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କେରଳର ଏକ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ୬ ଜଣଙ୍କୁ ଦୋଷୀ ଘୋଷଣା କରିଛନ୍ତି କୋର୍ଟ ।
ସେସନ୍ସ ଜଜ୍ ହନି ଏମ୍. ଭାର୍ଗୀସ୍ କେରଳର କୋଚିରେ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ମାମଲା ଆଠ ବର୍ଷ ଧରି ବିଚାରାଧୀନ ଥିଲା । ଜଣେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଅଷ୍ଟମ ଅଭିଯୁକ୍ତ ଥିଲେ । କେରଳ କୋର୍ଟ ଏହି ମାମଲାରେ ଦିଲ୍ଲୀପଙ୍କ ସମେତ ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୭ରେ ଜନୈକ ଅଭିନେତ୍ରୀ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । କୋଚିରେ ଚଳନ୍ତା କାର୍ରେ ଦୁଷ୍କର୍ମ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ । ନିର୍ଦ୍ଦୋଷ ସାବ୍ୟସ୍ତ ପରେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀପ । ଏହି ମାମଲା ମୋ କ୍ୟାରିଅରକୁ ନଷ୍ଟ କରି ଦେଇଥିବା କହିଛନ୍ତି ଦିଲ୍ଲୀପ ।
ଦୁଷ୍କର୍ମ ମାମଲାର ଶୁଣାଣି ସମୟରେ, ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଡିସେମ୍ବର ୧୨ ତାରିଖରେ ଦଣ୍ଡ ଶୁଣାଇବା ନେଇ କହିଛନ୍ତି । କୋର୍ଟ ଦିଲ୍ଲୀପଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କିନ୍ତୁ, ଏହାର କାରଣ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ଡିସେମ୍ବର ୧୨ ତାରିଖରେ ରାୟ ପ୍ରଦାନ କରିବା ପରେ କୋର୍ଟ ସମସ୍ତ ଦସ୍ତାବିଜ ଉପସ୍ଥାପନ କରିବେ ।
ଏହି ମାମଲା ୧୭ ଫେବୃଆରୀ, ୨୦୧୭ ହୋଇଥିଲା । ଜଣେ ଜଣାଶୁଣା ତାମିଲ ଏବଂ ମାଲାୟଲମ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ କିଛି ଲୋକ ଅପହରଣ କରି ଏକ ଚଳନ୍ତା କାରରେ ଦୁଇ ଘଣ୍ଟା ଧରି ଗଣଦୁଷ୍କର୍ମ କରିଥିଲେ । ଏହି ମାମଲାରେ ଅଭିନେତା ଦିଲ୍ଲୀପଙ୍କ ସମେତ ଅନେକ ଲୋକଙ୍କୁ ସାମିଲ କରାଯାଇଥିଲା । ତଥାପି, ଦିଲ୍ଲୀପ ଏହି ଅଭିଯୋଗଗୁଡ଼ିକୁ କ୍ରମାଗତ ଭାବରେ ଅସ୍ୱୀକାର କରିଆସୁଛନ୍ତି ଏବଂ କୋର୍ଟ ଏବେ ତାଙ୍କୁ ଦୋଷମୁକ୍ତ କରିଛନ୍ତି ।