Latest Odisha News

BREAKING NEWS

ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ମାଲାୟଲମ ଅଭିନେତା ପ୍ରସାଦଙ୍କ ମୃତଦେହ

ଚେନ୍ନାଇ: ମାଲାୟଲମ ଫିଲ୍ମ ଦୁନିଆରେ ଲୋକପ୍ରିୟ କଳାକାର ଏନଡି ପ୍ରସାଦଙ୍କ ମୃତ ଦେହ କୋଚିରେ ଥିବା ତାଙ୍କ ବାସଭବନରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି । ପିଲାମାନେ ଏହା ଦେଖିବା ପରେ ପୋଲିସଙ୍କୁ ଖବର ଦେଇଥିଲେ । ପୋଲିସ ଆସି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପ୍ରସାଦ ଅନେକଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି । ଆକ୍ସନ ହୀରୋ ବିଜୁରେ ସେ ଦର୍ଶକଙ୍କ ମହଲରେ ପରଚିତ ହୋଇଥିଲେ । ଏଥିରେ ସେ ଭିଲେନ ରୋଲ କରିଥିଲେ । ପାରିବାରିକ ଅଶାନ୍ତି କିମ୍ବା ଆର୍ଥୀକ ଅସୁବିଧା ଯୋଗୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପ୍ରସାଦଙ୍କ ସହ ତାଙ୍କ ସ୍ତ୍ରୀ କଣ ପାଇଁ ରହୁ ନ ଥିଲେ ଏହାର ତଦନ୍ତ ପୋଲିସ ଆରମ୍ଭ କରିଛି । ୨୦୨୧ରେ ସେ ନିଶା ଦ୍ରବ୍ୟ ଏବଂ ମାରଣାସ୍ତ୍ର ରଖିବା ଅଭିଯୋଗରେ ଗିରଫ ହୋଇଥିଲେ । ବ୍ୟବଚ୍ଛେଦ ପରେ ପ୍ରସାଦଙ୍କ ଶବଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.