Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ ।ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ଵସ୍ତି l ଅଯୋଗ୍ୟ ଘୋଷିତ ନୋଟିସ୍ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ୍ । ସର୍ବୋଚ୍ଚ ଅଦାଲତ, ନୋଟିସ୍ ଉପରେ ଜବାବ ଦେବା ପାଇଁ ଉପ-ବାଚସ୍ପତିଙ୍କୁ ଜୁଲାଇ ୧୧ ସୁଦ୍ଧା ସମୟ ଦେଇଛନ୍ତି । ମାମଲାରେ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି ହୋଇଛି ।


୨. ଆକ୍ସନ୍ ମୋଡରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ l ୮ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତଂକୁ କାରଣ ଦର୍ଶାଅ ନୋଟିସ୍ ସହ ସେମାନଂକ ଦରମା ବନ୍ଦ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ l

୩. ଦୁବାଇରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ କଥା ହେବେ ନବୀନ । ଦୁବାଇର ହୋଟେଲ୍ ଓବେରାଇରେ ହେବ ପୁଞ୍ଜିପତି ସମ୍ମିଳନୀ । ଏହି ସମ୍ମିଳନୀରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ପେଟ୍ରୋ କେମିକାଲ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରୀ ଉପରେ ଫୋକସ ରହିବ।

୪. ଆଜି ସଂସଦ ଭବନରେ ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଗତ ସପ୍ତାହରେ ମିଳିତ ବିରୋଧୀ ଦଳ ପକ୍ଷରୁ ପୂର୍ବତନ କେନ୍ଦ୍ର ବୈଦେଶିକ ଓ ଅର୍ଥ ମନ୍ତ୍ରୀ ଶ୍ରୀ ଯଶଓ୍ୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା ।

୫. ରାଜ୍ଯରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ କାଳବୈଶାଖୀ ଓ ବର୍ଷାର ସମ୍ଭାବନା ରହିଛି l ଏହାକୁ ଦୃଷ୍ଟିରେ ରଖଜ ଜାରି ହୋଇଛି ୟେଲୋଓ୍ଵାର୍ଣ୍ଣିଂ । ଦକ୍ଷିଣ ଓଡ଼ିଶାର ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୧.୫ କିମି ଉଚ୍ଚତାରେ ଏକ ଘୂର୍ଣ୍ଣି-ବଳୟ ସକ୍ରିୟ ରହିଥିବା ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

୬. ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ ହୋଇଛି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।  ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁମାନଙ୍କ ଠାରେ କରୋନାର ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ଅନୁରୋଧ କରାଯାଇଛି ।

୭. ଆଜି ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଛି । ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହୋଇଛି ।

୮. ଦେଶରେ ବଢୁଛି କୋଭିଡ୍ ସଂକ୍ରମଣ l ୨୪ ଘଣ୍ଟାରେ ବାହାରିଲେ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି ।

୯. ଶ୍ରୀଲଙ୍କାରେ ଦିନକୁ ଦିନ ଅର୍ଥନୀତିକ ସଂକଟ ଘନେଇବାରେ ଲାଗିଛି l ସ୍କୁଲ୍ ସବୁ ବନ୍ଦ ରହିଛି l କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ସରକାରୀ ନିର୍ଦ୍ଦେଶ ଜାରି ହୋଇଛି । ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଥିବାରୁ ସେହି ଦେଶ ଇନ୍ଧନ କିଣିବା ସକ୍ଷମ ହୋଇପାରୁନି। ପେଟ୍ରୋଲ୍ ପମ୍ପରେ ଗ୍ରାହଙ୍କୁ ଟୋକନ୍‌ ନେଇ ପେଟ୍ରୋଲ ଭରିବାକୁ ପଡ଼ୁଛି।

୧୦. ଦକ୍ଷିଣ ଆଫ୍ରିକାର ଏକ ନାଇଟ୍ କ୍ଲବରେ ୨୧ଜଣ ଛାତ୍ରଙ୍କ ଶବ ମିଳିଛି । ତେବେ କେଉଁ କାରଣ ନେଇ ଏମାନଙ୍କ ମୃତ୍ୟୁ ଘଟିଛି ତାହା ଏବେ ବି ଅସ୍ପଷ୍ଟ ରହିଛି । ମୃତ୍ୟୁବରଣ କରିଥିବା ଛାତ୍ରଙ୍କ ବୟସ ୧୩ରୁ ୧୭ ବର୍ଷ ହେବ । ସେମାନଙ୍କ ମଧ୍ୟରେ ୮ ବାଳିକା ଓ ୧୨ ବାଳକ ରହିଛନ୍ତି । ପ୍ରାରମ୍ଭିକ ତଦନ୍ତରେ ଶବଗୁଡିକରୁ କୌଣସି କ୍ଷତ ଚିହ୍ନ ମିଳିନାହିଁ ।

୧୧. ଥମୁନି ଆସାମ ଜଳ ବିପତ୍ତି । ବନ୍ୟା ଯୋଗୁ ୨୮ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଭୟଙ୍କର ବନ୍ୟା, ଭୂସ୍ଖଳନ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ୪୫ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବନ୍ୟାପାଣି ଘେରରେ ରହିଛନ୍ତି । ଲଗାତାର ବର୍ଷା ଜାରି ରହିଥିବାରୁ ସ୍ଥିତିରେ ସାମାନ୍ୟତମ ସୁଧାର ଆସିପାରୁନାହିଁ ।

୧୨. ତୀବ୍ରତର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ। ବୋମା ବର୍ଷା କରୁଥିବା ଋଷୀୟ ସେନାକୁ ଜେଲେନସ୍କି, ସତର୍କବାଣୀ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଯୁଦ୍ଧରେ ବାରବାର ଅପରାଧ ବରଦାସ୍ତ କରାଯିବନି। ପତ୍ତା ମିଳିଲେ ଏହାର କଡା ଜବାବ ମିଳିବ।

୧୩. ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଅଡ଼ୁଆରେ ବୀରେନ୍ଦ୍ର ଲାକ୍ରା l ବାନ୍ଧବୀଙ୍କ ସହ ବୀରେନ୍ଦ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ। ବାନ୍ଧବୀ ମନଜିତ ଟେଟେଙ୍କ ସହ ମିଶି ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ହତ୍ୟା କରିଥିବା ବୀରେନ୍ଦ୍ରଙ୍କ ନାଁରେ ଅଭିଯୋଗ ଆସିଛି ।

୧୪. ଅନ୍ତର୍ଜାତୀୟ କ୍ରିକେଟକୁ ଖୁବଶୀଘ୍ର ଅଲବିଦା କହିପାରନ୍ତି ଇଂଲଣ୍ଡ ଅଧିନାୟକ ଇଆନ୍ ମୋର୍ଗାନ୍ । ଖରାପ ଫର୍ମ, ଫିଟନେସ୍ ସମସ୍ୟା ପାଇଁ ନେଇପାରନ୍ତି ବଡ ନିଷ୍ପତ୍ତି । ସେ ନିଜର ସନ୍ୟାସ ଘୋଷଣା କରିପାରନ୍ତି ବୋଲି ଇଂଲଣ୍ଡର ମିଡିଆରେ ଏବେ ଚର୍ଚ୍ଚା ଜୋର୍ ଧରିଛି ।

୧୫. ଖୁବଶୀଘ୍ର ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେବାକୁ ଯାଉଛନ୍ତି ରଣବୀର କପ୍ପୁର ଓ ଆଲିଆ । ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ଆଲିଆ ଭଟ୍ଟ ଲେଖିଛନ୍ତି “ଆମେ ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛୁ ।” ଅଭିନେତ୍ରୀଙ୍କ ଏହି ପୋଷ୍ଟ କିଛି ମିନିଟ ମଧ୍ୟରେ ଭାଇରାଲ ହୋଇଛି ।

 

 

Leave A Reply

Your email address will not be published.