Latest Odisha News

BREAKING NEWS

ତାମିଲ ନିର୍ଦ୍ଦେଶକଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ

ଚେନ୍ନାଇ: ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ଏବଂ ଦୁଷ୍କର୍ମ ନେଇ ଦିନକୁ ଦିନ ନୂଆ ଖୁଲାସା ହେଉଛି। ଏଭଳି ସମୟରେ ମୁହଁ ଖୋଲିଛନ୍ତି ଦକ୍ଷିଣ ଭାରତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସୋମ୍ୟା।

ଜଣେ ତାମିଲ ଚଳଚ୍ଚିତ୍ର ନିର୍ମାତା ତାଙ୍କୁ ୧୮ ବର୍ଷ ବୟସରେ ଯୌନ ଦାସୀ କରି ରଖିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏକ ଗଣମାଧ୍ୟମରେ ସୂଚନା ଦେଇ ସେ କହିଛନ୍ତି ଯେ, ସେ ବ୍ୟକ୍ତି ଜଣକ ମୋତେ ସମସ୍ତଙ୍କ ସାମ୍ନାରେ ଝିଅ ବୋଲି କୁହନ୍ତି। କିନ୍ତୁ ଦିନେ ତାଙ୍କ ପତ୍ନୀ ଘରେ ନଥିଲେ ଏହି ସମୟରେ ସେ ମୋତେ ପାଖକୁ ଡାକି ଚୁମ୍ବନ ଦେଇଥିଲେ। ଯେଉଁ ଘଟଣାରେ ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲି଼।

ଖାଲି ଏତିକି ନୁହେଁ ତାଙ୍କୁ ଭୟଙ୍କର ମାନସିକ, ଶାରୀରିକ ଓ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗ ସହ ତାଙ୍କ ଯୌନାଙ୍ଗରେ ରଡ ଭର୍ତ୍ତି କରି ଦେଇଥିବା ଅଭିଯୋଗ ମଧ୍ଯ ସେ କରିଛନ୍ତି।

ମୁଁ ମୋର ବନ୍ଧୁମାନଙ୍କୁ କହିବାକୁ ଚାହିଁଥିଲେ ମଧ୍ଯ କହିପାରିନଥିଲି। ମୁଁ ଲଜ୍ଜା ଅନୁଭବ କରୁଥିଲି, ମୁଁ ଭାବିଲି ଯେ ମୁଁ ବୋଧେ କିଛି ଭୁଲ୍ କରିଛି।

 

Comments are closed.