Latest Odisha News

BREAKING NEWS

ମାଲେସିଆରେ ୧୦ଗୁଣ ଅଧିକ ଭୟଙ୍କର କରୋନା ଭୂତାଣୁ ଠାବ !

ନୂଆଦିଲ୍ଲୀ: କରୋନା ଭାଇରସ ସମସ୍ୟାରୁ ମୁକୁଳିବା ପାଇଁ ସମଗ୍ର ବିଶ୍ୱ ଉଦ୍ୟମ ଜାରି ରଖିଥିବା ବେଳେ ସୋମବାର ଆଉ ଏକ ଖରାପ ଖବର ହସ୍ତଗତ ହୋଇଛି । ରିପୋର୍ଟ ମୁତାବକ ଚୀନର ଉହାନଠାରୁ ମିଳିଥିବା କରୋନା ଭୂତାଣୁଠାରୁ ୧୦ ଗୁଣ ଅଧିକ ବେଗରେ ସଂକ୍ରମିତ କରୁଥିବା ଭୂତାଣୁ ମାଲେସିଆରେ ଠାବ ହୋଇଛି । ଏହାର ନାମ ଡି୬୧୪ ରଖାଯାଇଛି । ଯାହା କି ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଆମେରିକା ଓ ୟୁରୋପଠାରୁ ଠାବ କରାଯାଇଥିବା ଭୂତାଣୁଠାରୁ ଏହା ଅଧିକ ମାରାତ୍ମକ । ଭାରତରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୪୫ ଜଣ ଲୋକ ସଂକ୍ରମିତ ହୋଇଥିଲେ ବୋଲି ମାଲେସିଆ ସ୍ୱାସ୍ଥ୍ୟ ଡାଇରେକ୍ଟର ନୁର ହିଶହାମ କହିଛନ୍ତି । ସେମାନଙ୍କୁ ଟେଷ୍ଟ କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

Leave A Reply

Your email address will not be published.