Latest Odisha News

BREAKING NEWS

ସୁଶାନ୍ତଙ୍କ କ୍ୟାରିୟରକୁ ବରବାଦ କରିବାକୁ ଚାହୁଁଥିଲେ ଖାନ୍ ଓ ଜୋହର: ଅଭିନେତାଙ୍କ ଜିମ୍ ପାର୍ଟନର‌

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ଜିମ୍ ପାଟର୍ନର ସୁନିଲ ଶୁକ୍ଲା । ବଲିଉଡର ନାମୀଦାମ୍ କଳାକାର ସଲମାନ୍ ଖାନ୍ ଓ କରନ ଜୋହର ସୁଶାନ୍ତଙ୍କ କ୍ୟାରିୟର ବରବାଦ୍ କରିବାକୁ ଚାହୁଁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଏବିପି ନ୍ୟୁଜର ରିପୋର୍ଟ ଅନୁଯାୟୀ, ସୁନିଲ୍ କହିଛନ୍ତି ଯେ ସଲମାନ୍ ନିଜେ କରନ ଜୋହରଙ୍କ ସହ ମିଶି ସୁଶାନ୍ତଙ୍କ ଫିଲ୍ମକୁ ବନ୍ଦ କରିବା ଲାଗି ଚେଷ୍ଟା କରିଥିଲେ । ଏପରିକି ସୁଶାନ୍ତଙ୍କ ଅଭିନୀତ ‘ଡ୍ରାଇଭ’ ଫିଲ୍ମର ସୁଟିଂକୁ ମଧ୍ୟ ବିଳମ୍ବ କରାଯାଇଥିଲା ।

‘ଡ୍ରାଇଭ’ ଫିଲ୍ମର ଫିମେଲ୍ ଲିଡରେ ଜ୍ୟାଙ୍କଲିନ୍ ଅଭିନୟ କରୁଥିବା ବେଳେ ତାଙ୍କୁ ରେସ୍ ୩ ଚଳଚ୍ଚିତ୍ର ପାଇଁ ଅଫର ମିଳିଥିଲା । ପରେ ଜ୍ୟାଙ୍କଲିନ୍ ରେସ୍‌-୩ ଫିଲ୍ମ ପାଇଁ ସୁଟିଂ କରିଥିବା ବେଳେ ସୁଶାନ୍ତଙ୍କ ଆଉ କୌଣସି ଚଳଚ୍ଚିତ୍ର ଅଫର ଗ୍ରହଣ କରିବାକୁ ଅନୁମତି ଦେଇନଥିଲେ କରନ ଜୋହର ।

ଯାହା ଫଳରେ ସେ ସମୟରେ ସୁଶାନ୍ତ ଆଉ କିଛି ଫିଲ୍ମ କରି ପାରିନଥିବା ବେଳେ ଅଭିନେତ୍ରୀ ଜଣକ ସଲମାନଙ୍କ ଫିଲ୍ମରେ ଅଭିନୟ କରିଥିଲେ । ଯେଉଁଥିପାଇଁ ‘ଡ୍ରାଇଭ’ ଫିଲ୍ମ ସୁଟିଂରେ ବିଳମ୍ବ ହୋଇଥିଲା ।

ସେହିପରି ଆଇଫା ଆୱାର୍ଡସ୍ ସମୟରେ ଶାହାରୁଖ ମଧ୍ୟ ଷ୍ଟେଜ୍ ଉପରେ ସୁଶାନ୍ତଙ୍କୁ ଏକପ୍ରକାର ଅପମାନିତ କରିଥିଲେ । ଯାହା ତାଙ୍କୁ ଖୁବ୍ ଆଘାତ ଦେଇଥିଲା ବୋଲି ତାଙ୍କ ଜିମ୍ ପାଟର୍ନର ସୁନିଲ୍ କହିଛନ୍ତି ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ।

Leave A Reply

Your email address will not be published.