Latest Odisha News

ଭାରତ ପହଞ୍ଚିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ । ମୁଇଜ୍ଜୁଙ୍କ ସହ ତାଙ୍କ ପତ୍ନୀ ସାଜିଦା ମହମ୍ମଦ ମଧ୍ୟ ଅଛନ୍ତି। ସେ ଭାରତରେ ୫ ଦିନ ରହିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବୈଠକ କରିବାର ଜାଣିବାକୁ ମିଳିଛି । ଏହା ପରେ ସେ ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

 

ସୂଚନାଥାଉକି, ମାଲଦ୍ୱୀପ ହେଉଛି ଭାରତ ମହାସାଗର (IOR) ର ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ। ଭାରତର ‘ପଡୋଶୀ ପ୍ରଥମ ନୀତି’ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମାଲଦ୍ୱୀପ ଗସ୍ତ ପରେ ରାଷ୍ଟ୍ରପତି ମୁଇଜ୍ଜୁଙ୍କ ଭାରତ ଗସ୍ତ ଦୁଇ ଦେଶର ସମ୍ପର୍କକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି। ସେ ଅକ୍ଟୋବର ୬ ରୁ ୧୦ ପର୍ଯ୍ୟନ୍ତ ଦିଲ୍ଲୀ ଗସ୍ତରେ ରହିବେ । ଏହା ପୂର୍ବରୁ ସେ ପିଏମ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଆସିଥିଲେ।

Leave A Reply

Your email address will not be published.