Latest Odisha News

ଭାରତ ବିରୋଧରେ ଚାଇନା କାର୍ଡ ଖେଳିଲେ ମାଳଦ୍ବୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟମାନଙ୍କ ପର୍ଯ୍ୟଟନ ବିରୋଧର ସମ୍ମୁଖୀନ ହେଉଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଙ୍ଗଳବାର ଚୀନ୍କୁ ନିବେଦନ କରିଛନ୍ତି ଯେ ତାଙ୍କ ଦ୍ୱୀପଦେଶକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାନ୍ତୁ। ଚୀନ ଗସ୍ତରେ ଥିବା ମୁଇଜୁ ଫୁଜିଆନ୍ ମାଳଦ୍ୱୀପ ବିଜନେସ୍ ଫୋରମକୁ ସମ୍ବୋଧିତ କରି ଏହା କହିଛନ୍ତି। ସେ ଚୀନକୁ ମାଳଦ୍ୱୀପର ନିକଟତମ ସହଯୋଗୀ ବୋଲି କହିଛନ୍ତି।

ଚୀନ୍ ଆମର ଅନ୍ୟତମ ଘନିଷ୍ଠ ସହଯୋଗୀ ଏବଂ ବିକାଶ ସହଯୋଗୀ ବୋଲି ସେ କହିଛନ୍ତି। କୋଭିଡ୍ ପୂର୍ବରୁ ଚୀନ୍ ଆମର (ମାଳଦ୍ୱୀପ)ର ଏକ ନମ୍ବର ବଜାର ଥିଲା ଏବଂ ମୁଁ ଅନୁରୋଧ କରୁଛି ଯେ ଆମେ ଚୀନ୍ କୁ ଏହି ସ୍ଥିତିକୁ ଫେରାଇ ଆଣିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ବିରୋଧରେ ମାଳଦ୍ୱୀପର କିଛି ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ କୂଟନୈତିକ ବିବାଦ ଉପୁଜିବା ପରେ ଭାରତୀୟ ପର୍ଯ୍ୟଟକ ଗସ୍ତ ରଦ୍ଦ କରିବା ପରେ ମୁଇଜ୍ଜୁ ଏହି ନିବେଦନ କରିଛନ୍ତି। ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରକଳ୍ପକୁ ମଧ୍ୟ ମୁଇଜୁ ପ୍ରଶଂସା କରିବା ସହ ଏଥିରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଭାରତ ମହାସାଗର ଦ୍ୱୀପରେ ଏକ ସମନ୍ୱିତ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିବା ପାଇଁ ଦୁଇ ଦେଶ ୫୦ ନିୟୁତ ଡଲାରର ଏକ ପ୍ରକଳ୍ପ ସ୍ୱାକ୍ଷର କରିଛନ୍ତି । ଲାକ୍ଷାଦ୍ୱୀପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟଟନ ଅଭିଯାନ ପରେ ସୋସିଆଲ ମିଡିଆରେ ଅପମାନଜନକ ପୋଷ୍ଟ କରିଥିବାରୁ ମାଳଦ୍ୱୀପ ସରକାର ଏହାର ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛି।

୨୦୨୩ରେ ମାଳଦ୍ୱୀପକୁ ସର୍ବାଧିକ ପର୍ଯ୍ୟଟକ ଭାରତରୁ ଆସିଥିବା ବେଳେ ୨୦୯,୧୯୮ ପର୍ଯ୍ୟଟକ ଆସିଥିବା ବେଳେ ୨୦୯,୧୪୬ ପର୍ଯ୍ୟଟକଙ୍କ ସହ ରୁଷିଆ ଦ୍ବିତୀୟ ଏବଂ ୧୮୭,୧୧୮ ଆଗମନ ସହ ଚୀନ୍ ତୃତୀୟ ସ୍ଥାନରେ ରହିଛି।

ଉଲ୍ଲେଖଯୋଗ୍ୟ, ମାଳଦ୍ବୀପରେ ଭାରତ କୋଭିଡ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ପହଂଚାଇବାରେ ବଡ ଭୂମିକା ଗ୍ରହଣ କରିଥିବା ବେଳେ ପିଇବା ପାଣିର ସମସ୍ୟା ବେଳେ ଭାରତ ଜାହାଜରେ ପିଇବା ପାଣି ପଠାଇଥିଲା। ମୁଇଜୁ ଚୀନ୍ ଫାଷ୍ଟ ନୀତିରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ମାଳଦ୍ବୀପର ଏହି ନେତା ପ୍ରଥମେ ତୁର୍କୀ ଗସ୍ତ କରିଥିଲେ। କିନ୍ତୁ ପୂର୍ବରୁ ସମସ୍ତ ନେତା ସରକାର ଗଢିବା ପରେ ଭାରତ ଗସ୍ତରେ ଆସୁଥିଲେ।

Comments are closed.