Latest Odisha News

BREAKING NEWS

PET ପରୀକ୍ଷାରେ ଅଜବ କପି; ସାନିଟାରୀ ପ୍ୟାଡରେ ଡିଭାଇସ୍ ଲୁଚାଇଥିଲେ ପୁରୁଷ ପରୀକ୍ଷାର୍ଥୀ

ଝାନ୍ସୀ: ସାନିଟାରୀ ପ୍ୟାଡ଼ରେ ଲୁଚାଇ କପି କରୁଥିବା ବେଳେ ଧରାପଡ଼ିଲେ ପୁରୁଷ ପରୀକ୍ଷାର୍ଥୀ । ଉତ୍ତର ପ୍ରଦେଶ ଝାନ୍ସିରୁ ଏଭଳି ହାଇଟେକ୍ ମାମଲା ସାମ୍ନାକୁ ଆସିଛି ।

ଶୁକ୍ରବାର ୟୁପିଏସଏସସି ପିଇଟି ପରୀକ୍ଷାର ଦ୍ୱିତୀୟ ସିଫ୍ଟ ଝାନ୍ସିର ନ୍ୟାସନାଲ ହାଫିଜ୍ ସିଦ୍ଦିକି ଇଣ୍ଟର କଲେଜରେ ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ପାଖରେ ଏକ ଡ଼ିଭାଇସ୍‌ର ସାଉଣ୍ଡ୍ ଶୁଣାଯାଉଥିଲା । ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ଏକ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଜବତ ହୋଇଥିଲା । ପରୀକ୍ଷାର୍ଥୀ ଜଣକ ଏହି ଡ଼ିଭାଇସ୍ କୁ ଏକ ସାନିଟାରୀ ପ୍ୟାଡ଼ରେ ଲଗାଇ ଅନ୍ତଃବସ୍ତ୍ର ଭିତରେ ପିନ୍ଧିଥିଲେ ।

ଏନେଇ ପୋଲିସ ଅଧୀକ୍ଷକ ପ୍ରୀତି ସିଂହ କହିଛନ୍ତି ଯେ, ଗିରଫ ପ୍ରାର୍ଥୀ ଜଣକ ପ୍ରୟାଗରାଜର ବାସିନ୍ଦା ଆକାଶ ପଟେଲ ଭାବରେ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଉତ୍ତର ପ୍ରଦେଶ ସବଅର୍ଡିନେଟ୍ ସର୍ଭିସେସ୍ ସିଲେକ୍ସନ୍ କମିଶନ ଦ୍ୱାରା ପରିଚାଳିତ ପ୍ରାରମ୍ଭିକ ଯୋଗ୍ୟତା ପରୀକ୍ଷା (ପିଇଟି)-୨୦୨୬ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ପ୍ରଶାସନ ଦାବି କରିଛି ଯେ, ପରୀକ୍ଷା ସମ୍ପୂର୍ଣ୍ଣ କପିମୁକ୍ତ ଭାବରେ କରାଯାଇଛି । ସିସିଟିଭି ସ୍କାନରରେ ପରୀକ୍ଷା କରାଯାଇଛି । ୩୭ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ସିଫ୍ଟରେ ୫,୩୯୧ ଏବଂ ଦ୍ୱିତୀୟ ସିଫ୍ଟରେ ୫,୪୨୦ ପ୍ରାର୍ଥୀ ଉପସ୍ଥିତ ନଥିଲେ।

Leave A Reply

Your email address will not be published.