Latest Odisha News

BREAKING NEWS

ବ୍ରହ୍ମପୁର ସହରରେ ଭାଲୁ ଆତଙ୍କ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଜଙ୍ଗଲି ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ସହର ନିକଟରେ ଗତକାଲି ରାତିରେ ଏକ ଭାଲୁ ବୁଲୁଥିବା ଦେଖି ସେ ଅଞ୍ଚଳର ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ବଡବଜାର ଥାନା ଅନ୍ତର୍ଗତ ପ୍ରହଲାଦନଗର ନିକଟ ମାଳୁଆଣି ଶ୍ମଶାନ ନିକଟରେ ଗତ କାଲି ରାତି ୩ଟା ବେଳେ ଏହି ଭାଲୁଟି ଚଳପ୍ରଚଳ କରୁଥିଲା । ଭାଲୁକୁ ଦେଖି ସେହି ଅଞ୍ଚଳର କୁକୁରମାନେ ଭୁକିବା ସହ ଭାଲୁଟିକୁ ଗୋଡାଇଥିଲେ ।

ତେବେ ଭାଲୁଟି ନିଜ ରାସ୍ତାରେ ବୁଲାବୁଲି କରିବା ପରେ ପୁଣି ଥରେ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା। ରାତିରେ କୁକୁର ଭୁକୁଥିବାରୁ ସେହି ଅଞ୍ଚଳର ଲୋକମାନେ ସକାଳୁ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଭାଲୁ ବିଷୟରେ ଜାଣିବାକୁ ପାଇଥିଲେ। ସେହିପରି ରାତିରେ ଭାଲୁଟି ଆସିଥିବାରୁ ବନ ବିଭାଗ ମଧ୍ୟ ଏ ବିଷୟରେ ସୂଚନା ପାଇପାରିନଥିଲା। ପୂର୍ବରୁ ମଧ୍ୟ ସେହି ଅଞ୍ଚଳରେ ଭାଲୁ ଆତଙ୍କ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.