ମାଲକାନଗିରି: ବହୁଚର୍ଚ୍ଚିତ ଚିତ୍ରକୋଣ୍ଡା ମାଛଧରା ଡଙ୍ଗାବୁଡି ମାମଲା । ଗତକାଲି ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗାବୁଡି ଘଟଣାରେ ନିଖୋଜ ତିନିଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଦମକଳ ବାହିନୀ ଜଣକର ମୃତଦେହ ଠାବ କରିବାରେ ସଫଳ ହୋଇଛି ।
ଗତକାଲିଠୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବାବେଳେ ଉଦ୍ଧାର ହୋଇଥିବା ମୃତଦେହ ଦାମୋଦରବେଡାର ୭୦ ବର୍ଷୀୟ ବୃଦ୍ଧ ବୁଦ୍ରୀ ମୁଦୁଲିଙ୍କର ବୋଲି ଜଣାପଡିଛି । ତେବେ ତାଜା ସ୍ଥିତିରେ ମଧ୍ୟ ସ୍ଥାନୀୟ ତହସିଲଦାର ଓ ଚିତ୍ରକୋଣ୍ଡା ପୋଲିସ ଉପସ୍ଥିତିରେ ଜଳଭଣ୍ଡାରରେ ଖୋଳତାଡ ଜାରି ରହିଛି ।
Comments are closed.