Latest Odisha News

BREAKING NEWS

ପୁଣି ଏକ ଦୁଃଖଦ ଖବର, କରୋନାରେ ଆଖି ବୁଜିଲେ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ବଡ ପୁଅ ଯଶୋବନ୍ତ

ଭୁବନେଶ୍ୱର : ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ମୃତ୍ୟୁ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସମ୍ କୋଭିଡ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ବାପା ରଘୁନାଥ ମହାପାତ୍ରଙ୍କ ମୃତ୍ୟୁର ୧୨ ଦିନ ପରେ ଓ ଭାଇ ପ୍ରଶାନ୍ତଙ୍କ ମୃତ୍ୟୁର ଗୋଟିଏଅ ଦିନ ପରେ ଯଶୋବନ୍ତଙ୍କ ମୃତ୍ୟୁ ପରିବାରକୁ ଶୋକର ଛାୟାରେ ବୁଡାଇ ଦେଇଛି ।

ଭୁବନେଶ୍ୱର ଏମ୍ସ ରେ ଗତ କିଛି ଦିନ ହେଲା ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତକାଲି ଯଶୋବନ୍ତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ସମ କୋଭିଡର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ଚେଷ୍ଟା ସତ୍ୱେ ତାଙ୍କର ଆଜି ଦିନ ୧ ଘଟିକାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା ।

Leave A Reply

Your email address will not be published.