Latest Odisha News

୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲା କଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି: ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶରଙ୍କ ସୁପାରିଶ ଆଧାରରେ ଟେଣ୍ଡର ହୋଇଥିବା ସମସ୍ତ ୪୮ ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ତତ୍କାଳୀନ ଜିଲ୍ଲାପାଳ ଓ୍ୱାଇ. ବିଜୟ ଏସବୁ ଟେଣ୍ଡର ପ୍ରକ୍ରିୟାରେ ଫିକ୍ସିଂ କରିଥିବା ନେଇ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ ।

ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ଭିଜି ଗ୍ରାନାଇଟର ମାଲିକ ବେନୁଗୋପାଲ ଏଥିରୁ ୭ଟି ଖଣି ପାଇଥିଲେ । ସେତେବେଳେ ଅଭିଯୋଗ ହୋଇଥିଲା, ତତ୍କାଳୀନ ଜିଲ୍ଲାପାଳ ସମସ୍ତ ଟେଣ୍ଡର ବାକ୍ସ ନିଜ ଘରେ ରଖିଥିଲେ । ଏଥିରେ ହେରଫେର୍ ଅଭିଯୋଗ ଆସିଥିଲା । ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଉଠିଥିଲା ଦାବି ।

ଏହି ଘଟଣା ପରେ ବଦଳିଥିଲେ ମାଲକାନଗିରି ଜିଲ୍ଲାପାଳ ଓ୍ୱାଇ. ବିଜୟ । ତାଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଇଥିଲେ ବିଶାଲ ସିଂ । ସେ ଖଣି ଲିଜ୍ ଟେଣ୍ଟର ଅନିୟମିତତା ଅଭିଯୋଗକୁ ଗୁରୁତର ସହ ନେଇଥିଲେ । ଏବେ ଟେଣ୍ଡରକୁ ବାତିଲ କରାଯାଇଛି ।

Leave A Reply

Your email address will not be published.