Latest Odisha News

BREAKING NEWS

କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ନାଁରେ ମାମଲା ରୁଜୁ; ହୋଇପାରନ୍ତି ଗିରଫ

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ପୁଣେର ଚତୁରାଶ୍ରୀଙ୍ଗୀ ପୋଲିସ ଷ୍ଟେସନରେ ଯୁବ ସେନାଙ୍କ ଦ୍ୱାରା ଏକ ଏଫଆଇଆର ଦାଖଲ କରାଯାଇଛି।

ଆଇପିସିର ଧାରା ଅନୁଯାୟୀ ୧୫୩ ଏବଂ ୫୦୫ ଅନୁଯାୟୀ ରାଣେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୋମବାର ଏକ ଅଭିଭାଷଣରେ ରାଣେ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହିଥିଲେ।

ବାସ୍ତବରେ, ଜନ ଆଶୀର୍ବାଦ ଯାତ୍ରା ସମୟରେ ରାଣେ କହିଥିଲେ, ‘ସ୍ୱାଧୀନତା ବର୍ଷ ବିଷୟରେ ମୁଖ୍ୟମନ୍ତ୍ରୀ ଜାଣି ନ ଥିବାରୁ ଏହା ଲଜ୍ଜାଜନକ ବିଷୟ। ତାଙ୍କ ଭାଷଣ ସମୟରେ ତାଙ୍କୁ ସ୍ୱାଧୀନତା ବର୍ଷ ବିଷୟରେ ଜାଣିବା ପାଇଁ ତାଙ୍କ ସହକର୍ମୀଙ୍କ ଉପରେ ନିର୍ଭର କରିବାକୁ ପଡିଲା। ମୁଁ ଯଦି ସେଠାରେ ଥା’ନ୍ତି, ମୁଁ ତାଙ୍କୁ ଚାପୁଡ଼ା ଦେଇଥା’ନ୍ତି।

Leave A Reply

Your email address will not be published.