Latest Odisha News

BREAKING NEWS

ଜିଲ୍ଲା କୋଭିଡ୍ ମୁକ୍ତ ତଥାପି ମାଲକାନଗିରିରେ କାହିଁକି ଲାଗୁ ହେଲା ରାତ୍ରୀକାଳୀନ କର୍ଫ୍ୟୁ ?

ମାଲକାନଗିରି: ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ମାର୍ଚ୍ଚ ୨୩ ତାରିଖ ରାତିରୁ ମାର୍ଚ୍ଚ ୩୧ ତାରିଖ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ମାଲକାନଗିରିରେ ପ୍ରସିଦ୍ଧ ବଡ଼ ଯାତ୍ରା ଆରମ୍ଭ ହୋଇଥିବା ବେଳେ ବିପୁଳ ଜନସମାଗମ ହେଉଛି । ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛି ଜିଲ୍ଲା ପ୍ରଶାସନ । ଅଳ୍ପ ସଂଖ୍ୟକ ଲୋକରେ କୋଭିଡ୍ କଟକଣା ମାନି ବଡ଼ ଯାତ୍ରା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ସର୍ବସାଧାରଣରେ ସର୍ବାଧିକ ୨୦୦ ଲୋକରେ ଯାତ୍ରା ପାଇଁ ପ୍ରଶାସନ ଅନୁମତି ଦେଇଛି । ଏପରିକି ଯାତ୍ରାରେ ମଳାକୁ ବାରଣ କରାଯାଇଛି । ଫଳରେ ମୀନା ବଜାର ଲାଗିବ ନାହିଁ ।

ଏବେ ମାଲକାନଗିରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଛି । ମାର୍ଚ୍ଚ ୪ ତାରିଖରେ ଜିଲ୍ଲାରେ ଶେଷଥର ଲାଗି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାତ୍ରାରେ ହଜାର ହଜାର ଲୋକଙ୍କ ଭିଡ଼କୁ ଦେଖି ମାଲକାନଗିରି ଜିଲ୍ଲା ପ୍ରଶାସନ ରାତ୍ରୀକାଳୀନ କର୍ଫ୍ୟୁ ଲଗାଇଛି ।

Comments are closed.