ମାଲକାନଗିରି: ଦୀର୍ଘ ଚାରିପାଞ୍ଚ ଦିନର ଲଗୁଚାପଜନିତ ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି । ୩୨୬ ନମ୍ବର ଜାତୀୟ ରାଜପଥ ମୋଟୁ ମୁଖ୍ୟରାସ୍ତା କାଙ୍ଗୁରୁକୋଣ୍ଡା ପୋଲ ନିକଟରେ ଏକ ମିନି ଟ୍ରକ୍ ଆଜି ସକାଳେ ଏହି ବର୍ଷା ପାଣିର ଲହରୀ ଭାସୁଥିବା ଦେଖିବାକୁ ମିଳିଥିଲା ।
କାଙ୍ଗୁରୁକୋଣ୍ଡା ପୋଲ ପାରି ହେବାକୁ ଚେଷ୍ଟା କରି ଗାଡିର ହେଲପର ଓ ଡ୍ରାଇଭର ଧୀରେ ଧୀରେ ଗାଡି ଚଳାଇ ଯାଉଥିବା ବେଳେ ମିନି ଟ୍ରକ୍ଟି ଠିକ ପୋଲ ମଝିରେ ଗଭୀର ପାଣିର ପୋଲତଳକୁ ସ୍ରୋତରେ ଭାସିଗଲା।
ଗାଡିର ହେଲପର ଓ ଡ୍ରାଇଭର ପହଁରି ପହଁରି ଆସିଥିବା ବେଳେ ନିକଟସ୍ଥ ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ନଦୀ କୂଳକୁ ନେଇଆସିଥିଲେ।
Comments are closed.