Latest Odisha News

କ୍ରିକେଟର ଚେତନ ଚୌହ୍ୱାନ ଗୁରୁତର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଚୌହାନଙ୍କ ସ୍ଥିତି ଖୁବ୍ ଗମ୍ଭୀର ରହିଛି । ତାଙ୍କୁ ଲାଇଫ ସର୍ପୋଟ ସିଷ୍ଟମରେ ରଖାଯାଇଛି । ଗତ ମାସକ ଭିତରେ ତାଙ୍କୁ କରୋନା ହୋଇଥିଲା ଓ ତାଙ୍କୁ ଲକ୍ଷ୍ନୌର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କରୋନାରୁ ଭଲ ହେବା ପୂର୍ବରୁ ତାଙ୍କର କିଡନୀ ଓ ବ୍ଲଡ ପ୍ରେସର ସମସ୍ୟା ଆରମ୍ଭ ହୋଇଯାଇଥିଲା ।

 ଚୌହାନ ଉତ୍ତର ପ୍ରଦେଶ ମନ୍ତ୍ରୀମଣ୍ଡଳରେ ସୈନିକ କଲ୍ୟାଣ, ହୋମଗାର୍ଡ, ପିଆରଡି ଓ ନାଗରିକ ସୁରକ୍ଷା ମନ୍ତ୍ରଣାଳୟ ରହିଛି। ଜୁଲାଇରେ କରୋନା ପଜିଟିଭ ଜଣାପଡିବା ପରେ ତାଙ୍କୁ ଏସଜିପିଜିଆଇରେ ଆଡମିଟ କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କ ପରିସ୍ଥିତିରେ ସୁଧାର ନହେବା କାରଣରୁ ତାଙ୍କୁ ମେଦାନ୍ତ, ଗୁରଗାଓଁ ନିଆଯାଇଥିଲା । ଚେତନ ଚୌହାନ (୭୨) ଦୁଇଥର ବିଜେପିର ଲୋକସଭା ସାଂସଦ ହୋଇସାରିଛନ୍ତି । ଗତ ବର୍ଷ ପର‌୍ୟ୍ୟନ୍ତ ଯୋଗୀଙ୍କ କ୍ୟାବିନେଟରେ ଖେଳମନ୍ତ୍ରୀ ଥିଲେ।

Leave A Reply

Your email address will not be published.