ମାଲକାନଗିରି: ମାଲକାନଗିରିରେ ହେବ ଦୁଇ ଦିନିଆ ସଟଡାଉନ୍ । ଏନେଇ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ମାଲକାନଗିରି ସଟଡାଉନ୍ ହେବ । ଏନେଇ ଆଜି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଏଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଆଜି ଆସିଥିବା କରୋନା ତାଲିକାରେ ମାଲକାନଗିରି ସହରରୁ ଜଣେ ପଜିଟିଭ ଥିବା ଜଣାପଡିବା ପରେ ୨ ଦିନିଆ ସଟଡାଉନ ଘୋଷଣା କରାଯାଇଛି ।
Comments are closed.