Latest Odisha News

BREAKING NEWS

ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା; ଜାଣନ୍ତୁ, କେଉଁସବୁ ଜିଲ୍ଲା ଲାଗି ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାର ୧୭ଟି ଜିଲ୍ଲାରେ ବୁଧବାର ଦିନ ସନ୍ଧ୍ୟାରେ ଝଡ଼ବର୍ଷା ସହିତ ବଜ୍ରପାତର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛନ୍ତି ।

ଅଧିକ ପଢନ୍ତୁ: ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ !

ରାଜ୍ୟର ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା ହେବାର ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ । ଓଡ଼ିଶାର ଅନୁଗୁଳ, ମୟୂରଭଞ୍ଜ, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ଭଦ୍ରକ, ଯାଜପୁର, କଳାହାଣ୍ଡି, ବାଲେଶ୍ୱର, କଟକ, ଖୋର୍ଦ୍ଧା (ଭୁବନେଶ୍ୱର ସହର ସମେତ) ଏବଂ ବୌଦ୍ଧ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.