Latest Odisha News

ଲାଲକିଲ୍ଲା ସମାରୋହରେ ସାମିଲ ହେଲେନି ଖଡଗେ, ଏମିତି ସଫେଇ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ପରିସରରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହେଲେ ଏହି ସମାରୋହରେ ସାମଲ ହୋଇ ନ ଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ । ସମାରୋହରେ ଖଡଗେଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଖାଲି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଖଡଗେ ଏହି ସମାରୋହରେ କାହିଁକି ଯୋଗ ଦେଲେ ନାହିଁ ସେ ନେଇ ନାନା କଥା ଶୁଣିବାକୁ ମିଳିଥିଲା ।

ଅନ୍ୟପକ୍ଷେ କଂଗ୍ରେସ ପକ୍ଷରୁ ଏ ନେଇ ସଫେଇ ଦିଆଯାଇଥିଲା ଯେ, ଖଡଗେଙ୍କୁ ତାଙ୍କ ଘର ଏବଂ କଂଗ୍ରେସ ପାର୍ଟି ଅଫିସରେ ପତାକା ଉତ୍ତୋଳନ କରିବାର ଥିଲା । ତେଣୁ ସେ ଆସି ନ ଥିଲେ । ଯଦି ସେ ଆସିଥାନ୍ତେ ତେବେ ଘରେ ଏବଂ ପାର୍ଟି ଅଫିସରେ ଧ୍ୱଜାବତରଣ କରିପାରି ନ ଥାନ୍ତେ । ସୁରକ୍ଷା ଦୃଷ୍ଟିରୁ ଲାଲ କିଲ୍ଲାରୁ ଶିଘ୍ର ବାହାରି ଯାଇ ପାରି ନ ଥାନ୍ତେ । ଏଠାରେ ତାଙ୍କୁ ଅତିକମରେ ୨ ଘଣ୍ଟା ରହିବାକ ପଡିଥାନ୍ତ । ତେବେ ସେ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ରହିବେ ବୋଲି କହିଛନ୍ତି ।

ଏପଟେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଖଡଗେ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଖଡଗେ କହିଥିଲେ, ଅନେକ ଲୋକଙ୍କର ଧାରଣା, ଦେଶର ପ୍ରଗତି କିଛି ବର୍ଷ ହେଲା ହୋଇଛି । ହେଲେ ଇଂଗ୍ରେଜମାନେ ସେତେବେଳେ ଭାରତକୁ ଏପରି ସ୍ଥିତିରେ ଛାଡି ଦେଇଥିଲେ ଯେ ଏଠାରେ ଛୁଞ୍ଚିଟା ବି ତଆାରି ହେଇ ପାରୁ ନ ଥିଲା । ନେହରୁଙ୍କ ସମୟରେ ହିଁ ଇଣ୍ଡଷ୍ଟ୍ରି ହୋଇଥିଲା, ବନ୍ଧ, ଡ୍ୟାମ ଆଦିର ନିର୍ମାଣ ହୋଇଥିଲା । କଳା, ସାହିତ୍ୟର ବି ଉନ୍ନତି ହୋଇଥିଲା ।

ବିରୋଧୀଙ୍କୁ ଟାର୍ଗେଟି କରି କଂଗ୍ରେସ ଅଧ୍ୟକ୍ଷ କହିଥିଲେ, ଯେଉଁମାନେ ଗଣତନ୍ତ୍ରର ଢୋଲ ବଜାଉଛନ୍ତି, ସେମାନେ ଅନ୍ୟପକ୍ଷରେ ବିରୋଧୀଙ୍କ ମୁହଁ ବନ୍ଦ କରି ଦେଉଛନ୍ତି । ଆଜି ଗଣତନ୍ତ୍ର ବିପଦ ମୁହଁରେ ଛିଡା ହୋଇଛି । ସଂସଦରେ ବିପକ୍ଷଙ୍କ ମୁହଁ ବନ୍ଦ କରି ଦିଆଯାଉଛି । ମୋର ବାଇକ ବନ୍ଦ କରି ଦିଆଯାଉଛି ।

ଏହା ପୂର୍ବରୁ ଖଡଗେ ଟୁଇଟ କରି ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ ।

Comments are closed.