Latest Odisha News

‘ମୋଦି ସରକାର ଅନ୍ୟ ଘରୁ ଚୌକି ଉଦ୍ଧାର ଆଣି ନିଜ ସତ୍ତାର ଘର ସମ୍ଭାଳୁଛନ୍ତି’

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ତ ପୂର୍ବ ଗ୍ୟାରେଣ୍ଟି ପୂରଣ କରିପାରିଲେନାହିଁ, କିନ୍ତୁ ବର୍ତ୍ତମାନ ସେ ଚାରିଆଡେ ଡିଣ୍ଡିମ ପିଟୁଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ମଲ୍ଲିକାର୍ଜୁନ ଖଡଗେ ଲେଖିଛନ୍ତି ଯେ, ଲୋକସଭା ନିର୍ବାଚନରେ ଦେଶବାସୀ ଏପରି ଯବାବ ଦେଲେ ଯେ, ମୋଦି ସରକାରକୁ ଅନ୍ୟ ଘରୁ ଚୌକି ଉଦ୍ଧାର ଆଣି ନିଜ ସତ୍ତା ର ଘର ସମ୍ଭାଳିବାକୁ ପଡୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୁଲାଇ ୧୭, ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ମୋଦିଙ୍କ ଗ୍ୟାରେଣ୍ଟି ଦେଇଛନ୍ତି ଯେ, ୨୦୨୨ ସୁଦ୍ଧା ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଉପରେ ଛାତ ରହିବ । ହେଲେ ଏହି ଗ୍ୟାରେଣ୍ଟି ତ କାମ ପୂରଣ ହୋଇପାରିଲାନାହିଁ ।

ଖଡଗେ କହିଛନ୍ତି ଯେ, ବର୍ତ୍ତମାନ ୩ କୋଟି ଘର ଯୋଗାଇଦେବାକୁ କହୁଛନ୍ତି, ଯେପରି ପୂର୍ବ ଗ୍ୟାରେଣ୍ଟି ପୂରଣ ହୋଇଯାଇଛି । ଦେଶବାସୀ ବାସ୍ତବତା ଜାଣନ୍ତି ବୋଲି ଖଡଗେ କହିଛନ୍ତି ।

ଖଡଗେ ଆହୁରି କହିଛନ୍ତି ଯେ, ଏହି ୩ କୋଟି ଘର ପାଇଁ ଏଥର କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ । କାରଣ ବିଜେପି ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ-ୟୁପିଏ ତୁଳନାରେ ୧.୨ କୋଟି କମ୍ ଘର ନିର୍ମାଣ କରିଛି । କଂଗ୍ରେସ ୪.୫ କୋଟି ଘର ନିର୍ମାଣ କରିଛି । ଏଥି ସହିତ ବିଜେପି ୨୦୧୪ ରୁ ୨୦୨୪ ମଧ୍ୟରେ କେବଳ ୩.୩ କୋଟି ଘର ନିର୍ମାଣ କରିବାରେ ସକ୍ଷମ ହୋଇଥିଲା ।

Comments are closed.