Latest Odisha News

BREAKING NEWS

ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଉପରେ ସାଇବର ଆକ୍ରମଣ

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ ଡାଟା ଏଜେନ୍ସି ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର(ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର) ଉପରେ ସାଇବର ଆକ୍ରମଣ ହୋଇଛି, ଯାହା କି ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଏହି ଆକ୍ରମଣକୁ ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ମିଳିଥିବା ସୂଚନା ଅନୁସାରେ, ଏନଆଇସିର ସିଷ୍ଟମ ଉପରେ ଇ-ମେଲ୍ ମାଧ୍ୟମରେ ମାଲାଓ୍ବର ପଠାଯାଇଥିଲା । ଏଥିରେ ଏକ ଲିଙ୍କ ଉପରେ କ୍ଳିକ୍ କରିବା ପରେ ବହୁ ସୂଚନା ଗାଏବ୍ ହୋଇଯାଇଥିଲା । ଏହାପରେ ଦିଲ୍ଲୀ ପୋଲିସ ସୂଚନା ଦିଆଯାଇଥିଲା । ସୂଚନା ମିଳିବା ମାତ୍ରେ ହିଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦାୟିତ୍ବ ଗ୍ରହଣ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଦେଇଛି । ପୋଲିସ ହ୍ୟାକ୍ କରିଥିବା ଉକ୍ତ କମ୍ପାନୀର ଆଇପି ଆଡ୍ରେସ୍ ଟ୍ରେସ୍ କରିଛି । କୁହାଯାଉଛି ଯେ, ଏହି ସାଇବର ଆକ୍ରମଣ ମାଧ୍ୟମରେ ଏନଆଇସିର ବହୁ କମ୍ପ୍ୟୁଟରକୁ ଟାର୍ଗେଟ କରାଯାଇଛି ଓ ସମ୍ବେଦନଶୀଳ ସୂଚନା ନିଆଯାଇଛି ।

ଏନଆଇସିରେ ପ୍ରଧାନମନ୍ତ୍ରୀ, ଏନଏସଏ ସହିତ ରାଷ୍ଟ୍ରୀୟ ହିତ ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଥାଏ । ଏଭଳି ଭାବରେ ସାଇବର ଆକ୍ରମଣ କରିବା ଘଟଣା ଖୁବ୍ ବିପଦଜନକ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ, ସାଇବର ଆକ୍ରମଣ ବେଙ୍ଗାଲୁର ଏକ କମ୍ପାନୀ କରିଛି, ଯାହାର ସମ୍ପର୍କ ଆମେରିକା ସହ ରହିଛି । ଏନଆଇସିର ଡାଟା ବେସରେ ଜାତୀୟ ସୁରକ୍ଷା ସମ୍ପର୍କିତ ବହୁ ତଥ୍ୟ ସହିତ ଭାରତର ନାଗରିକ, ଭିଭିଆଇପି ଲୋକଙ୍କ ସମ୍ପର୍କରେ ବହୁ ସୂଚନା ରହିଥାଏ ।

Leave A Reply

Your email address will not be published.