Latest Odisha News

BREAKING NEWS

ମୁଖତାର ଅନ୍ସାରୀଙ୍କ ପତ୍ନୀ, ଶାଳକଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟାର ଆକ୍ଟ ରୁଜୁ

ଲକ୍ଷ୍ନୌ: ମୁଖତାର ଅନ୍ସାରୀଙ୍କ ପରିବାରର କଳା କାରନାମାର ହିସାବ ଆରମ୍ଭ ହୋଇଯାଇଛି । ଶୁକ୍ରବାର ମୁଖତାରଙ୍କ ପତ୍ନୀ ଆଫସା ଅନ୍ସାରୀ, ଦୁଇ ଶାଳକ ସର୍ଜିଲ ରାଜା ଓ ଅନବଦ ଶେହଜାଦଙ୍କ ନାମରେ ଗ୍ୟାଙ୍ଗଷ୍ଟାର ଆକ୍ଟ ରୁଜୁ କରାଯାଇଛି । ଏଥିରେ ଅଭିଯୁକ୍ତଙ୍କ ସଙ୍ଗେ ସଙ୍ଗେ ଜାମିନ ମିଳେ ନାହିଁ। ସ୍ଥାନୀୟ ପୋଲିସ ଏସପି ଡା.ଓପି ସିଂଙ୍କ ମତରେ ସମ୍ପୂର୍ଣ୍ଣ ପରିବାର ସଂଗଠିତ ଭାବେ ଅପରାଧ କାର୍ଯ୍ୟରେ ଲିପ୍ତ ରହୁଥିଲେ ।

ଆଗକୁ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ୱାରେଂଟ ଜାରି ହେବ ବୋଲି ସେ କହିଛନ୍ତ । ପୂର୍ବରୁ ମୁଖତାରଙ୍କ ଅନେକ ସମ୍ପତି ପୋଲିସ ଜବତ କରିବା ସହ କାର୍ଯ୍ୟାନୁଷ୍ଠାନ ଜୋର କରିଛି ।

Leave A Reply

Your email address will not be published.