Latest Odisha News

BREAKING NEWS

ଫିଲ୍ମ ଷ୍ଟାର ଦେବ ହେବେ ପଶ୍ଚିମବଙ୍ଗ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର; ଶାହରୁଖାନ ହଟିବେ ନା ରହିବେ ?

କୋଲକାତା: ଫିଲ୍ମ ଷ୍ଟାର ତଥା ଟିଏମ୍‌ସି ସାଂସଦ ଦେବଙ୍କୁ ପଶ୍ଚିମବଙ୍ଗ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟ ସଚିବାଳୟ ସହ ଆଲୋଚନା କରି ଏହି ଘୋଷଣା କରିଛନ୍ତି ମମତା। ଦେବ ବର୍ତ୍ତମାନ ଘାଟାଲ ନିର୍ବାଚନ ମଣ୍ଡଳୀରୁ ସାଂସଦ ଅଛନ୍ତି।

ମମତା ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରି କହିଛନ୍ତି ଯେ ମୁଁ ପର୍ଯ୍ୟଟନ ବିଭାଗକୁ ଅନୁରୋଧ କରୁଛି ଯେ ଦେବଙ୍କୁ ବିଭାଗର ବ୍ରାଣ୍ଡ ଅମ୍ବାସାଡର ନିଯୁକ୍ତି ଦିଅନ୍ତୁ। ତେବେ ପୂର୍ବରୁ ବଲିଉଡ୍ ଅଭିନେତା ଶାହରୁଖ ଖାନ ରାଜ୍ୟ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ସେ ତାଙ୍କ ସ୍ଥାନା ବଜାଇ ରଖିବେ। ତେବେ ତାଙ୍କ ସହ ଏବେ ଦେବଙ୍କୁ ମଧ୍ୟ ବ୍ରାଣ୍ଡ ଆମ୍ବାସାଡର କରାଯିବ ବୋଲି ମମତା ଘୋଷଣା କରିଛନ୍ତି।

ମମତା କହିଛନ୍ତି “ଶାହରୁଖ ଖାନ୍ ଆମର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ସେ ଆମ ପାଇଁ ଏକ ଭିଡିଓ ବି ଶୁଟ କରିଛନ୍ତି। ବର୍ତ୍ତମାନ ସେ ଅଧିକ ବ୍ୟସ୍ତ ରହୁଛନ୍ତି। ଆମେ ଦେବଙ୍କ ସହ ବି ଖୁବ୍‌ଶୀଘ୍ର ଏକ ଭିଡିଓ ଶୁଟ୍ କରି ବେଙ୍ଗଲ ପର୍ଯ୍ୟଟନ ବିଭାଗର ପ୍ରଚାର କରିବୁ।”

 

Comments are closed.