କୋଲକାତା: ହସ୍ପିଟାଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି ନନ୍ଦିଗ୍ରାମରେ ପ୍ରଚାର ବେଳେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ସେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୋଲକାତା ଏସଏସକେଏମ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ମମତାଙ୍କ ଗୋଡ଼ରେ ଆଘାତ ଲାଗିଛି । ଗୋଡ଼ରେ ଏକ୍ସରେ କରାଯାଇଛି ।
ମମତାଙ୍କ ଚିକିତ୍ସା ପାଇଁ ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଡାହାଣ କାନ୍ଧ, ବେକ ଓ ହାତରେ ବି ଆଘାତ ଲାଗିଛି । ଏବେ ସେ ଡାକ୍ତରଙ୍କ ୪୮ ଘଣ୍ଟିଆ ଅବଜରଭେସନରେ ଅଛନ୍ତି ।
#WATCH West Bengal CM Mamata Banerjee brought to SSKM Hospital, Kolkata pic.twitter.com/8KVoBOPkHj
— ANI (@ANI) March 10, 2021
ସେପଟେ ମମତା ଆହତ ହେବା ଘଟଣାକୁ ନାଟକ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ । ଲୋକଙ୍କ ସହାନୁଭୂତି ପାଇଁ ଦିଦି ଏଭଳି କାମ କରିଛନ୍ତି ବୋଲି ବିରୋଧୀ କହୁଛନ୍ତି ।
ମମତା ଅଭିଯୋଗ କରିଥିଲେ, ଗତକାଲି ନନ୍ଦିଗ୍ରାମରେ ପ୍ରଚାର ସାରି ଫେରିବେ ବେଳେ ଚାରି ପାଞ୍ଚ ଜଣ ଲୋକ ତାଙ୍କୁ ଧକ୍କା ଦେଇଥିଲେ । ଏହାପରେ ସେ ତଳେ ପଡ଼ି ଯାଇଥିଲେ । ଏହାପଛରେ ଷଡ଼ଯନ୍ତ୍ର ଅଭିଯୋଗ ବି ଆଣିଛନ୍ତି ମମତା । ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଥିବା ବେଳେ କିଭଳି ଆକ୍ରମଣ ହେଲେ ସେନେଇ ବି ଉଠିଛି ପ୍ରଶ୍ନବାଚୀ ।
Comments are closed.