Latest Odisha News

ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚଳିତ ନିର୍ବାଚନ ପ୍ରଚାର ପାଇଁ ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀଙ୍କ ପାଦ ଖସିଯାଇଥିଲା । ଫଳରେ ତାଙ୍କ ଗୋଡରେ ଆଘାତ ଲାଗିଛି । ମମତା ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ ।

କାରଣ ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା  ।ସେହି ସମୟରେ ହିଁ ଏହି ଘଟଣାଟି ଘଟିଥିଲା । ହେଲିକପ୍ଟର ଭିତରକୁ ଯାଉଥିବା ବେଳେ ମମତା  ବାନାର୍ଜୀ ସନ୍ତୁଳନ ହରାଇ ପଡିଯାଇଥିଲେ । ଯାହା  ଫଳରେ ତାଙ୍କ ପାଦରେ ଆଘାତ ଲାଗିଛି ।କିନ୍ତୁ ବିଶେଷ କିଛି ହୋଇନାହିଁ । ଏହାପରେ ମମତା ତାଙ୍କର ଆଗାମୀ ଯାତ୍ରା ଜାରି ରଖିଥିଲେ। ସୂଚନା ଅନୁସାରେ ମମତା ନିକଟରେ ଘରେ ପଡ଼ିଯିବାରୁ  ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।

Leave A Reply

Your email address will not be published.