ପଶ୍ଚିମବଙ୍ଗ: ସିଏଏ ଓ ଏନ୍ଆର୍ସିକୁ ନେଇ ପୁଣି ଗର୍ଜିଲେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ପଶ୍ଚିମବଙ୍ଗର ନାଦିଆରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରି ସେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ସିଏଏ ଓ ଏନ୍ଆର୍ସି ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ।
ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ୍ ଓ ଏନ୍ଆର୍ସିକୁ ନେଇ ଚାରିଆଡେ ଅଶାନ୍ତି ଲାଗି ରହିଛି । ପ୍ରତିଦିନ ଏହାକୁ ବିରୋଧ କରି ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି । ଆସାମରେ ଶହେରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଏନ୍ଆର୍ସି ଡରରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତ ।
ଏନ୍ଆର୍ପି ତଥା ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟରକୁ ନେଇ ମଧ୍ୟ ସେ କହିଛନ୍ତି । ମମତା କହିଛନ୍ତି ଯେ, ଯଦି କେହି ଆପଣଙ୍କୁ ଆଧାର କାର୍ଡ କିମ୍ବା ପରିବାରର କାଗଜପତ୍ର ମାଗନ୍ତି ତେବେ ମୁଁ ନକହିବା ପର୍ଯ୍ୟନ୍ତ ଦିଅନ୍ତୁ ନାହିଁ । ସୂଚନାଯୋଗ୍ୟ ଯେ, ଲୋକସଭାରେ ମଙ୍ଗଳବାର କେନ୍ଦ୍ର ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଏବେ ଦେଶରେ ଏନ୍ଆର୍ସି ଲାଗୁ କରିବାର କୌଣସି ଯୋଜନା ନାହିଁ । ଏହାପରେ ବି ମମତା ମୋଦି ସରକାରଙ୍କ ଉପରେ ଗର୍ଜିଛନ୍ତି ।
BREAKING NEWS
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ
- ଏସୀୟ କ୍ରୀଡ଼ା ଫାଇନାଲ୍: ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ହାତମିଳାକୁ ନେଇ ସସପେନ୍ସ
- Ken-Betwa Project: ମଧ୍ୟପ୍ରଦେଶ ପାନ୍ନା ଗାଁରେ ଅଭିନବ ପ୍ରତିବାଦ
- ସାହସୀ ପାଇଲଟଙ୍କ ପାଇଁ ବଡ଼ ଘୋଷଣା: ସ୍ମିତ୍ ମଚ୍ଛାର ପାଇବେ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ
- Traffic Fines: ଚାଲାଣ ଭରୁନାହାନ୍ତି କି? ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ, ଲାଇସେନ୍ସରୁ PUC ଯାଏଁ ସବୁ ସେବା ବନ୍ଦ!
- ନିର୍ବାଚନରେ ରାଜନୈତିକ ଦଳ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶିଳ୍ପପତିଙ୍କ ସାହାଯ୍ୟ?
- Actress Pratyusha Banerjee Death case: ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ

Comments are closed.