Latest Odisha News

BREAKING NEWS

ଭାରତ ସମ୍ମୁଖରେ ୧୭୩ ରନର ବିଜୟ ଲକ୍ଷ୍ୟ

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ୧୭୩ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଅଧିନାୟକ ରୋହେଲ ନଜୀର ସର୍ବାଧିକ ୬୨ ଓ ହାଇଦର ଅଲୀ ୫୬ ରନ କରିଥିଲେ । ଭାରତ ପକ୍ଷରୁ ସୁଶାନ୍ତ ମିଶ୍ର ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ ।

କାର୍ତିକ ତ୍ୟାଗୀ ଓ ରବି ବିଶ୍ନୋଇ ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ । ୭ ପାକ୍ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।

Leave A Reply

Your email address will not be published.