Latest Odisha News

BREAKING NEWS

ଇଡି ଦ୍ୱାରା ଗିରଫ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଆସିବେ ଏମ୍ସ ଭୁବନେଶ୍ୱର

କୋଲାକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘୋଟାଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ସରକାରର ଶିଳ୍ପ ମନ୍ତ୍ରୀ ଭୁବନେଶ୍ୱର ଏମ୍ସ ଆସିବେ। ସ୍ୱାସ୍ଥ୍ୟାବସ୍ଥା ଚିକିତ୍ସା ପାଇଁ କୋଲକାତା ହାଇକୋର୍ଟ ଇଡିକୁ ପାର୍ଥ ଚାଟାର୍ଜୀଙ୍କୁ ଏମ୍ସ ଭୁବନେଶ୍ୱର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲକୁ ସ୍ଥାନାନ୍ତର କରିବା ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୁକ୍ତଙ୍କୁ ଏସଏସକେଏମ ହସ୍ପିଟାଲରୁ ଆମ୍ବୁଲାନ୍ସ ଯୋଗେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନିଆଯିବ ଏବଂ ତାଙ୍କ ଓକିଲ ଓ ଏସଏସକେଏମର ଜଣେ ଡାକ୍ତର ତାଙ୍କ ସହ ରହିବେ ବୋଲି କୋର୍ଟ କହିଛନ୍ତି। ଆସନ୍ତାକାଲି ସକାଳ ୭ଟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପାର୍ଥ ପହଞ୍ଚିବେ ବୋଲି ସୂଚନା ରହିଛି।

କୋର୍ଟ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ, ଅଭିଯୁକ୍ତଙ୍କର କାର୍ଡିଓଲୋଜି, ନେଫ୍ରୋଲୋଜି,  ଏଣ୍ଡୋକ୍ରାଇନୋଲୋଜି ଚିକିତ୍ସା କରିବା ପାଇଁ। ବିଶେଷଜ୍ଞ ଡାକ୍ତରୀ ଦଳ ଦ୍ୱାରା ଡାକ୍ତରୀ ପରୀକ୍ଷା କରାଇବା ପାଇଁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ସୋମବାର ଅପରାହ୍ନ ୩ଟା ସୁଦ୍ଧା ମାମଲାର ତଦନ୍ତ ଅଧିକାରୀ ଏସ୍ଏସ୍କେଏମ୍ ମେଡିକାଲ୍ ଅଫିସର ଓ ଅଭିଯୁକ୍ତଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ ରିପୋର୍ଟ ଦେବାକୁ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ଅପରାହ୍ଣ ୪ଟାରେ ପିଏମ୍ଏଲ୍ ଆଇନ୍ ଅନୁୟାୟୀ ସ୍ୱତନ୍ତ୍ର ବିଚାରପତି ଏହି ମାମଲାର ଶୁଣାଣି କରିବେ ବୋଲି କୋର୍ଟ କହିଛନ୍ତି। ଏଥିସହ ମାମଲାର ଭର୍ଚୁଆଲ ଶୁଣାଣି ପାଇଁ ବ୍ୟବସ୍ଥା କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀଙ୍କୁ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ କୋଲକାତାସ୍ଥିତ ଘରୁ ୨୧ କୋଟି ଟଙ୍କା ଜବତ ହେବା ପରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି। ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଶନିବାର ଇଡି ଗିରଫ କରିଥିଲା।

Leave A Reply

Your email address will not be published.