Latest Odisha News

BREAKING NEWS

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।

ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬,୫୦୮ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨,୭୬୦ ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୩୦,୭୭୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଅଧିକ ପଢନ୍ତୁ: ଅଣାୟତ୍ତ କରୋନା: ସଂକ୍ରମଣରେ ଚୀନକୁ ଟପିଲା ଭାରତ

ସେହିପରି ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬,୪୬,୪୧୩ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୩,୦୮,୯୮୪ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୧୭,୭୦,୭୫୧ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ।

 

Leave A Reply

Your email address will not be published.