Latest Odisha News

BREAKING NEWS

ବିଜେପିକୁ ଟାର୍ଗେଟ କରି ମମତା ଦେଲେ ନୂଆ ସ୍ଲୋଗାନ: ହରେ କୃଷ୍ଣ ହରେ ରାମ, ବିଦା ହୁଅନ୍ତୁ ଭାଜପା-ବାମ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖଉଛି ସେତେ ମଜାଦାର କଥା ସାମ୍ନାକୁ ଆସୁଛି । ନେତା ଦଳ ବଦଳ ପରେ ଏବେ ଚାଲିଛି ସ୍ଲୋଗାନ ୱାର । ବିଜେପିର ଜୟ ଶ୍ରୀରାମ ସ୍ଲୋଗାନକୁ ଟାର୍ଗେଟ କରି ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ଆଜି ହୁବଳୀରେ କହିଛନ୍ତି ହରେ କୃଷ୍ଣ ହରେ ରାମ, ବିଦା ହୁଅନ୍ତୁ ଭାଜପା-ବାମ । ରାଜ୍ୟରୁ ବିଜେପି ଏବଂ ବାମ ଦଳକୁ ହଟେଇଦେବା ପାଇଁ ସେ ଏହି ସ୍ଲୋଗାନ ଦେଇଛନ୍ତି ।

ସୋସିଆଲ ସାଇଟରେ ଏହି ସ୍ଲୋଗାନ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମମତାଙ୍କ ଏହି ପଦକ୍ଷେପକୁ ଅନେକ କିନ୍ତୁ ନାପସନ୍ଦ କରିଛନ୍ତି । ସେହିପରି ଜୟ ଶ୍ରୀରାମ ସ୍ଲୋଗାନ ଶୁଣି ବିରକ୍ତ ହୋଇ ପଡିଥିବା ମମତାଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସେ ଅନ୍ୟ ଏକ ସମ୍ପ୍ରଦାୟର ଧାର୍ମିକ ଶବ୍ଦର ଉଚ୍ଚାରଣ କରୁଥିବା ଦେଖିବାକୂ ମିଳିଥିଲା ।

Leave A Reply

Your email address will not be published.