Latest Odisha News

BREAKING NEWS

ଦ‌େଶର‌େ କିଭଳି ଥିଲା ସ୍ବାଧୀନତା ପରର ବଜେଟ୍, ମ‌ୋଦି ସରକାର ସମୟର‌େ କ’ଣ ଆସିଛି ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ‌ ନିଜର ଐତିହାସିକ ନିଷ୍ପତ୍ତି ପାଇଁ ଚର୍ଚ୍ଚାର‌େ ରହିଥାନ୍ତି। ଖାଲି ଏତିକି ନୁହ‌େଁ ତାଙ୍କର ପ୍ରଖର ଦୃଷ୍ଟିକ‌ୋଣ ଦେଶର ସାଧାରଣ ବଜେଟ୍ ଉପର‌େ ମଧ୍ୟ ପ୍ରତିଫଳିତ ହ‌ୋଇଥାଏ।

ଦେଶରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨ ତାରିଖର‌େ ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ହେଲେ‌ ଚଳିତ ଥର ବଜେଟ୍ ପ୍ରକ୍ରିୟାରେ ଏକ ନୂତନ ଅଧ୍ୟାୟ ଯୋଡି ହ‌ୋଇଛି। ସରକାର ସବୁ କାମକୁ ଡିଜିଟାଲ୍ ର‌େ ପରିଣତ କରିବାକୁ ଚାହୁଁଥିଲା ବେଳେ ଚଳିତ ଥରର କେନ୍ଦ୍ରୀୟ ବଜେଟକୁ ମୋବାଇଲ୍ ଆପରେ ଦେଖିହେବ।

ଅର୍ଥମନ୍ତ୍ରୀ ଶନିବାର ଦିନ ହାଲୱା ସମାରୋହ ସହ କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍ ଲଞ୍ଚ କରିଛନ୍ତି। ଏପରିକି ଚଳିତ ଥର କରୋନା ସଂକ୍ରମଣ ହେତୁ ବଜେଟ୍ କାଗଜରେ ମୁଦ୍ରଣ ହେବ ନାହିଁ। ବରଂ ବଜେ୍ଟ ସମ୍ପୂର୍ଣ୍ଣ ପେପର ଲେସ୍ ହେବ।

ଅଧିକ ପଢନ୍ତୁ- ବଜେଟ ବିଷୟରେ ୧୦ ଅଜଣା କଥା

ଏଠାରେ ସୂଚନାଯ‌ୋଗ୍ୟ ୨୦୦୦ ମସିହା ପର୍ଯ୍ୟନ୍ତ ସାଧାରଣ ବଜେଟ୍ ଫେବୃଆରୀ ମାସର ଶେଷ କାର୍ଯ୍ୟ ଦିବସରେ ତଥା ସନ୍ଧ୍ୟା ୫ଟା ସମୟରେ ଉପସ୍ଥାପିତ କରାଯାଉଥିଲା। ହେଲେ ବାଜପେୟୀ ସରକାର ଏହି ପରମ୍ପରାକୁ ଭାଙ୍ଗି ଥିଲେ। ଆଉ ବଜେଟ୍ ବର୍ତ୍ତମାନ ସମୟର‌େ ସକାଳ ୧୧ଟାରେ ଉପସ୍ଥାପିତ ହେଉଛି। ତେବେ ଆସନ୍ତୁ ଜାଣିବା ମ‌ୋଦି ସରକାର କାଳର‌େ କିଭଳି ରହିଛି ବଜେଟ୍…

୨୦୦୦ ମସିହା ପର୍ଯ୍ୟନ୍ତ ସାଧାରଣ ବଜେଟ୍ ଫେବୃଆରୀ ମାସର ଶେଷ କାର୍ଯ୍ୟ ଦିବସ ଏବଂ ସନ୍ଧ୍ୟା ୫ଟା ସମୟରେ ଉପସ୍ଥାପିତ କରାଯାଉଥିଲା। ହେଲେ ବାଜପେୟୀ ସରକାରଙ୍କ ନେତୃତ୍ବାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଏହି ପରମ୍ପରାକୁ ଭାଙ୍ଗି ଥିଲେ। ଆଉ ତା’ପର‌ ଠାରୁ ବଜେଟ୍ ସକାଳ ୧୧ଟା ସମୟର‌େ ଉପସ୍ଥାପିତ କରାଯାଉଛି।

ମୋଦୀ ସରକାର ୨୦୧୭ ମସିହାର‌େ ସାଧାରଣ ବଜେଟକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଯେଉଁଥିର‌େ କି ସ‌େ ରେଳ ବଜେଟକୁ ସାଧାରଣ ବଜେଟରେ ଅନ୍ତର୍ଭୁକ୍ତ କରାଇଥିଲ‌େ। ଏହି ରେଳ ବଜେଟ୍ ୧୯୨୪ ମସିହାରୁ ୨୦୧୭ ମସିହା ଯାଏଁ ପୃଥକ ଭାବରେ ଉପସ୍ଥାପିତ ହେଉଥିଲା।

ପେପର ଲେସ୍ ବଜେଟ୍-

ସ୍ବାଧୀନତା ପରଠାରୁ ଦେଶରେ ପ୍ରଥମ ଥର ଲାଗି ପେପର ଲେସ୍ ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି। ଯାହା ଉଭୟ ଆଣ୍ଡ୍ର‌ୋଏଡ୍ ଏବଂ ଆଇଓଏସ୍ ଫୋନରେ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ।

ବଜେଟ୍ କ’ଣ?
ଭାରତର ସମ୍ବିଧାନର ଧାରା ୧୧୨ରେ ବଜେଟ୍ ବିଷୟରେ ଉଲ୍ଲେଖ ରହିଛି। ଏଥିରେ କେନ୍ଦ୍ର ସରକାର ବର୍ଷସାରାର ଖର୍ଚ୍ଚର ହିସାବ ଉପସ୍ଥାପନ କରିଥାନ୍ତି।  ଭାରତର ପ୍ରଥମ ବଜେଟ୍ ୨୬ ନଭେମ୍ବର ୧୯୪୭ ମସିହାରେ ଆର.କେ ଶାନମୁଖମ୍ ଚେଟ୍ଟିଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା।

ଅଧିକ ପଢନ୍ତୁ- ସ୍ୱାଧୀନତା ପରବର୍ତ୍ତୀ ବଜେଟରେ କ’ଣ ଆସିଥିଲା ପରିବର୍ତ୍ତନ ?

Leave A Reply

Your email address will not be published.