Latest Odisha News

ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା, ନୀତିଶ, କେଜ୍ରିୱାଲ ଓ ଭଗୱନ୍ତ ମନ୍

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନକୁ ନେଇ ବିରୋଧୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଆଉ ଯାହାର ପ୍ରଭାବ ଶନିବାର ମେ ୨୭ ତାରିଖରେ ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ପଡ଼ିବାକୁ ଯାଉଛି । ନୀତି ଆୟୋଗରେ ସାମିଲ୍ ହେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ ।

ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଉଦଘାଟନ କରିବେ । ଆଉ ଏହି ଉତ୍ସବକୁ ଏକାଧିକ ବିରୋଧୀ ଦଳ ବୟକଟ୍ କରିଛନ୍ତି । ଆସନ୍ତାକାଲି ଶନିବାର ବସୁଥିବା ନୀତି ଆୟୋଗ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ସାମିଲ୍ ହେବେ ।

ନୀତି ଆୟୋଗ ବୈଠକରେ ୨୦୪୭ ବିକଶିତ ଭାରତ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଦିଲ୍ଲୀରେ ନିର୍ବାଚିତ ସରକାର ଓ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ ଅଧ୍ୟାଦେଶ ପାଇଁ କେଜ୍ରିୱାଲ୍ ବୈଠକରେ ସାମିଲ୍ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି । ସେହିଭଳି କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ମମତା ମଧ୍ୟ ନୀତି ଆୟୋଗ ବୈଠକକୁ ଯିବେ ନାହିଁ ବୋଲି ସୂଚନା ମିଳିଛି ।

Comments are closed.