Latest Odisha News

BREAKING NEWS

ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା

ନୂଆଦିଲ୍ଲୀ: ଚଳିତବର୍ଷର ବଜେଟକୁ ତିବ୍ର ବିରୋଧ କରିଛନ୍ତି ବିରୋଧୀ ଦଳ ନେତା । ବିରୋଧୀ ମାନେ ନିଜର ଭିନ୍ନ ଭିନ୍ନ ମତ ଦେଇଥିବାବେଳେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟରେ ପଛରେ ରହିନାହାନ୍ତି । ମମତା ଏହାକୁ ଏକ “ହମ୍ପଟି ଡମ୍ପଟି ବଜେଟ” ବୋଲି ଆଖ୍ୟା ଦେଇଛନ୍ତି ।

ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ଏହି ବଜେଟରେ ପଶ୍ଚିମବଙ୍ଗ ପାଇଁ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଇ ନାହିଁ । ସେ କହିଛନ୍ତି, ଏହି ବଜେଟ ଦିଗହୀନ, ଦୂରଦୃଷ୍ଟିହୀନ ଏବଂ ଜନବିରୋଧୀ । ଏହା ମହିଳା, କୃଷକ, ଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ ।

କଂଗ୍ରେସ ମଧ୍ୟ ଏହି ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ବଜେଟରେ କୃଷକ ଓ ଯୁବପିଢ଼ିଙ୍କ ନିଯୁକ୍ତି ପାଇଁ କୌଣସି ଖୋରାକ ନଥିବା ଦଳ ପକ୍ଷରୁ କୁହାଯାଇଛି ।

ଶଶି ଥରୁର କହିଛନ୍ତି ଯେ ସରକାରଙ୍କ ସମସ୍ୟା ହେଉଛି ଯେ ଏହା ଅନେକ ପ୍ରତିଶ୍ରୁତି ଦିଏ, କିନ୍ତୁ କାର୍ଯ୍ୟାନ୍ବୟନ ସମୟରେ କିଛି ହୁଏ ନାହିଁ । ସେ କହିଥିଲେ ଯେ ୩-୪ଟି ମୁଖ୍ୟ ଖବର ଥିଲା, କିନ୍ତୁ ଆମେ ଅପେକ୍ଷା କରିଥିଲୁ, ଯେତେବେଳେ ଏମ୍ସ ଆୟୁର୍ବେଦ ଘୋଷଣା କରାଯାଇଥିଲା, ସେତେବେଳେ ଏହା କେଉଁଠାରେ ଅବସ୍ଥିତ ହେବ ତାହା କୁହାଯାଇ ନଥିଲା । କେରଳ ହେଉଛି ଆୟୁର୍ବେଦର ଏକ ଲମ୍ବା ପରମ୍ପରା ଥିବା ଦେଶ, କିନ୍ତୁ ଅର୍ଥମନ୍ତ୍ରୀ କେରଳର ନାମ ନେଇ ନଥିଲେ ।

Leave A Reply

Your email address will not be published.