Latest Odisha News

BREAKING NEWS

କେନ୍ଦ୍ରକୁ ମମତାଙ୍କ ନିବେଦନ; ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଛୁଟି ଦିବସ ଘୋଷଣା କରାଯାଉ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ ତାଙ୍କ ଜନ୍ମ ବାର୍ଷିକୀରେ ସ୍ୱାଧୀନତା ସଂଗ୍ରାମୀ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଜାନୁଆରୀ ୨୩ କୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜହରତ ଅଞ୍ଚଳରେ ଆଜାଦ ହିନ୍ଦ ଫ‌ୌଜ ନାମରେ ଏକ ସ୍ମାରକୀ ନିର୍ମାଣ କରାଯିବ ଏବଂ ଏକ ରାଜ୍ୟ ଅନୁଦାନ ପ୍ରାପ୍ତ ବିଶ୍ୱବିଦ୍ୟାଳୟ ମଧ୍ୟ ନେତାଜୀଙ୍କୁ ଉତ୍ସର୍ଗ କରାଯିବ।

କେନ୍ଦ୍ର ମଧ୍ୟ ଜାନୁୟାରୀ ୨୩ କୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିବା ଉଚିତ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ବାନାର୍ଜୀ ଟ୍ୱିଟରରେ କହିଛନ୍ତି, “ଆମେ ଏହି ଦିନକୁ #DeshNayakDibas ଭାବରେ ପାଳନ କରୁଛୁ। GoWB ମଧ୍ୟ ଜାନୁୟାରୀ ୨୩, ୨୦୨୨ ପର୍ଯ୍ୟନ୍ତ ବର୍ଷସାରା ଉତ୍ସବ ପାଳନ କରିବା ପାଇଁ ଏକ କମିଟି ଗଠନ କରିଛି।”

Comments are closed.