Latest Odisha News

BREAKING NEWS

ଏକାଦଶାହରେ ସ୍ବର୍ଗତ ଡ.ପ୍ରକାଶ ରାଓଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ 

କଟକ : ଏକାଦଶାହରେ ସ୍ବର୍ଗତ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବକ୍ସିବଜାର ସ୍ଥିତ ବାସଭବନରେ ପହଁଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ଏକାଦଶ ଉପଲକ୍ଷେ ବାସଭବନ ଯାଇ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ସ୍ବର୍ଗତ ରାଓଙ୍କ ପରିବାରଙ୍କୁ ଭେଟି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡ଼ିଶାର ଗୌରବ ଥିଲେ ଡି ପ୍ରକାଶ ରାଓ । ପ୍ରକାଶ ରାଓଙ୍କୁ ସେ ବଣମଲ୍ଲୀ ସହ ତୁଳନା କରିଛନ୍ତି । ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । 

Leave A Reply

Your email address will not be published.