Latest Odisha News

BREAKING NEWS

ନକଲି ପାନ ମସଲା ଜବତ, ଦୁଇ ଅଭିଯୁକ୍ତ ଅଟକ 

ଜଳେଶ୍ବର : ଜଳେଶ୍ବରରୁ ନକଲି ସାମଗ୍ରୀ ଜବତ । ଜଳେଶ୍ବର ଷ୍ଟେସନ ବଜାରରେ ଚଢାଉ କରି ନକଲି ପାନ ମସଲା ଜବତ କରିଛି ଏସଟିଏଫ୍ । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଅଟକ ଦୁଇ ଜଣ ହେଲେ ଚନ୍ଦନ ଚୌରାସିଆ ଓ ଅଶୋକ ସାହୁ । ଦୁଇ ବେପାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଏସଟିଏଫ ଟିମ ।

ସୂଚନା ଅନୁସାରେ, ଶନିବାର ଭୁବନେଶ୍ବର ଏସଟିଏଫ ଟିମ୍ ତରଫରୁ ଅତିରିକ୍ତ ଏସପି ତେଜେଶ୍ବର ପଟେଲଙ୍କ ନେତୃତ୍ବରେ ଜଳେଶ୍ବର ଷ୍ଟେସନ ବଜାର ଓ ଝାଡେଶ୍ବରପୁର ଅଞ୍ଚଳରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ପାନ ମସଲା ଜବତ କରାଯାଇଛି । ଏହାସହ ନକଲି ଗୋପାଳ ଓ ଶିବ ଦାତା ଜରଦା ସହିତ ଅନ୍ୟାନ୍ୟ ନକଲି ପାନ ମସଲା ଜବତ ହୋଇଛି । ଚଢାଉରେ ଜଳେଶ୍ବର ପୋଲିସ ମଧ୍ୟ ସାମିଲ ଥିଲେ ।

 

Leave A Reply

Your email address will not be published.