ବଲାଙ୍ଗୀର : ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେ ଚଣ୍ଡୀ କୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି ଯୋଗୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବାସୁଦେବ ରାୟ । ନଭେମ୍ବର ୨୭ ରେ ପୁଣି ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ ସହଯୋଗୀ ଗାତ ଖୋଲିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଦୁଇ ଜଣ ବର୍ତ୍ତମାନ କଣ୍ଟାବାଞ୍ଜି ଉପ କାରଗାରରେ ରଖାଯାଇଛି । ଗୋବିନ୍ଦ ସାହୁ ତାଙ୍କ ଓକିଲ ପରିବର୍ତ୍ତନ କରିଥିବା ଖବର ସାମ୍ନାକୁ ଆସିଛି ।
BREAKING NEWS
- ନିର୍ବାଚନ ପୂର୍ବରୁ ଆପ ମୁଣ୍ଡରେ ଚଡକ: ଦଳ ଛାଡିଲେ କୈଳାସ ଗେହଲଟ
- ଜାଲିଆତି କରି ବିକି ଚାଲିଛନ୍ତି ମହାପ୍ରଭୁଙ୍କ ଜମି, ଆକ୍ସନ ମୋଡରେ ପ୍ରଶାସନ
- ‘ବଞ୍ଚ କି ମର, କିଛି ଫରକ ପଡୁନି’.. ମୋବାଇଲ ନିଶା ପାଇଁ ପୁଅକୁ ପିଟିପିଟି ମାରିଦେଲା ବାପା
- ଓଡିଶା ଫେରିବେ ଆଇଏଏସ୍ ମନୋଜ କୁମାର ସାହୁ
- ସିଏମସିର ଅତର୍କିତ ଚଢାଉ, ବିପୁଳ ପରିମାଣରେ ବାସୀ ଖାଦ୍ୟ ନଷ୍ଟ
- ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଘରକୁ ବୋମା ମାଡ଼
- ‘ହେରା ଫେରି’ର ସୁଟିଂକୁ ନେଇ ଅକ୍ଷୟ କୁମାରଙ୍କ ବଡ଼ ଖୁଲାସା
- ଅଟକିଲା କଣ୍ଠଶିଳ୍ପୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ: ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇଦେଲା ପୋଲିସ
- ବାଲିଯାତ୍ରାରେ ବିଧାୟକଙ୍କ ମୁହଁରୁ ଅନର୍ଗଳ ଇଂରାଜୀ ଭାଷଣ ଶୁଣି ଲୋକେ ତାଜୁବ, ଭିଡିଓ ଭାଇରାଲ
- ୧୭ ବର୍ଷ ପରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତରେ ମୋଦୀ: ଅବୁଜାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ
Comments are closed.