Latest Odisha News

BREAKING NEWS

ହାଇକୋର୍ଟ ଗଲା ମମିତା ହତ୍ୟା ମାମଲା ,ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ସହ ସିବିଆଇ ତଦନ୍ତ ଦାବି

କଟକ:ଓଡ଼ିଶା ହାଇକୋର୍ଟରେ ପହଁଚିଲା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା। ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କଲା ଭାରତୀୟ ବିକାଶ ପରିଷଦ। ସିବିଆଇ କିମ୍ବା ଅନ୍ୟ କୌଣସି ସ୍ୱାଧିନ ତଦନ୍ତ କାରୀ ସଂସ୍ଥା ଦ୍ୱାରା ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କତ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ଦାବି ହୋଇଛି।

ଏହି ଘଟଣାରେ କେନ୍ଦ୍ର ସରକାର,ରାଜ୍ୟ ସରକାର ,ମୁଖ୍ୟ ଶାସନ ସଚ୍ଚିବ ,ଗୃହ ସଚ୍ଚିବ ପୋଲିସ ଡିଜି, ବଲାଙ୍ଗୀର ଏସପିଙ୍କ ସମେତ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ମିମିତା ମେହେରେ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।ଏହି ମାମଲାରେ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ତାଙ୍କୁ ବହିଷ୍କାର ଦାବିରେ ବିରୋଧୀ ତୁମ୍ବିତୋଫାନ କରୁଛନ୍ତି। ଏହି ଘଟଣାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି।

Comments are closed.