ନୂଆପଡ଼ା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା। ମମିତାଙ୍କ ପରିବାରକୁ ନ୍ୟାୟ ଦାବି ରାଜରାସ୍ତାକୁ ଓହ୍ଲାଇଛନ୍ତି ତୁକଳା ମେହେର ସମାଜ। ସମାଜ ପକ୍ଷରୁ ୧୦କିଲୋମିଟର ପଦଯାତ୍ରା କରିବା ସହ ଖଡ଼ିଆଳ ଥାନା ଘେରାଓ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ମମିତା ହତ୍ୟା ଘଟଣାରେ ଦୋଷୀଙ୍କୁ ଫାଶୀ ଏବଂ ସମ୍ପୃକ୍ତି ଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମେହେର ସମାଜ ଦାବି କରିଛି।
ନୂଆପଡ଼ା ଜିଲ୍ଲା ତୁକଳା ଗାଁରୁ ମେହେର ସମାଜ ପକ୍ଷରୁ ଦୀର୍ଘ ୧୦କିଲୋମିଟର ପଦଯାତ୍ରା କରି ଖଡ଼ିଆଳରେ ପହଞ୍ଚିଥିଲେ। ଖଡ଼ିଆଳ ସହର ପରିକ୍ରମା କରି ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି ଦେଇଥିଲେ। ଖଡ଼ିଆଳ ଓବିସି ମଞ୍ଚର କର୍ମକର୍ତ୍ତାମାନେ ମେହେର ସମାଜକୁ ସମର୍ଥନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖଡ଼ିଆଳ ଅତିରିକ୍ତ ତହସିଲଦାରଙ୍କୁ ୭ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।
ମୁଖ୍ୟ ଅଭିଯୁକ୍ତଙ୍କୁ ଫାଶୀ, ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ସନ୍ଦେହରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର, ମମିତାଙ୍କ ପରିବାରକୁ ୨କୋଟି ଟଙ୍କା କ୍ଷତିପୂରଣ ସହ ଗୋବିନ୍ଦ ସାହୁଙ୍କ ସମ୍ପତିକୁ ଜବତ କରୁନ୍ତୁ ବୋଲି ଦାବି ହୋଇଛି। ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ବିଧାନସଭା ଘେରାଓ କରିବେ ବୋଲି ଚେତାବନୀ ଦେଇଛନ୍ତି।
Comments are closed.